www.samajalive.in
Wednesday, December 10, 2025
23.1 C
Bhubaneswar

କାର୍ ଧକ୍କାରେ ଆଶାକର୍ମୀ ଗୁରୁତର

ବୋଲଗଡ଼ : ବୋଲଗଡ଼ ବ୍ଲକ ପିଚୁକୁଳି ନିକଟ ଜାତୀୟ ରାଜପଥ ନଂ ୫୭ ବଘେଇ ହୋଟେଲ ଆଗରେ ଶୁକ୍ରବାର ଦୁଇ ସ୍କୁଟର ଆରୋହୀଙ୍କୁ ନୂଆପଡା ଜିଲା ଜଜଙ୍କ କାର ଧକ୍କା ଦେବାରୁ ଜଣେ ଆଶାକର୍ମୀ ଗୁରୁତର ହୋଇଥିବାବେଳେ ଜଣେ ଅମିନ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଆଜି ଜିଲା ଜଜ ଭୁବନେଶ୍ୱରର ଏକ ଟ୍ରେନିଂରେ ଯୋଗ ଦେବାକୁ ଯାଉଥିଲେ। ସ୍କୁଟରରେ ଚମ୍ପାଇଲୋ ଗ୍ରାମର ଆଶାକର୍ମୀ ସଞ୍ଜୁବାଳା ଦେଇ ଓ ରାସୋଳ ଗ୍ରାମର ଅମିନ କାର୍ଯ୍ୟ କରୁଥିବା ଶରତ ପରିଡା ରାସ୍ତାର ପାସ କରିଥିବାବେଳେ ଦ୍ରୁତଗତିରେ ଜଜଙ୍କ ହୋଣ୍ଡା ସିଟି କାର ନଂ (ଓଡି ୨୬ଜି ୦୩୫୩) ସ୍କୁଟର(ଓଡି୦୨ବି ୭୨୮୭) କୁ ଧକ୍କା ଦେଇଥିଲା। ଫଳରେ ଆଶାକର୍ମୀଙ୍କ ଗୋଡ଼ ଭାଙ୍ଗି ଗୁରୁତର ହେବା ସହ ଅମିନ ଜଣଙ୍କ ଆହତ ହୋଇଛନ୍ତି। ଉଭୟ ଗୁରୁତର ଆହତଙ୍କୁ ଖୋର୍ଦ୍ଧା ଜିଲା ଚିକିତ୍ସାଳୟ ପଠାଯାଇଛି। ତେବେ କାରରେ ଜଜଙ୍କ ସହ ତାଙ୍କ ଚାଳକ ରହିଥିଲେ। ଖବର ପାଇ ବେଗୁନିଆ ପୁଲିସ କାର ଓ ସ୍କୁଟରକୁ ଜବତ କରିଛି।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories