www.samajalive.in
Saturday, December 13, 2025
23.1 C
Bhubaneswar

ମାଓ ସାମଗ୍ରୀ ଜବତ

ଭବାନୀପାଟଣା:  ଗତ ୧୩ ତାରିଖ ରାତିରେ କଳାହାଣ୍ଡି କନ୍ଧମାଳ ସୀମାନ୍ତ ଜଙ୍ଗଲ ରେ ଏସଓଜି ଏବଂ ମାଓବାଦୀ ମୁହାଁମୁହିଁ ହେଇ ଗୁଳିବିନିମୟ ହେଇଥିଲା। ଫଳରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିବା ଆଜି କଳାହାଣ୍ଡି ଏସପି ଅଭିଳାଷ ଜି ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ଘଟଣା ସ୍ଥଳରୁ ବ୍ୟାପକ ମାଓ ସାମଗ୍ରୀ ପୋଲିସ ଜବତ କରିଛି।

ଏସପିଙ୍କ ସୂଚନା ଅନୁଯାୟୀ ମଦନପୁର ରାମପୁର ଥାନା ଅନ୍ତର୍ଗତ ପୁଟ୍ରିମହୁଲ ଜଙ୍ଗଲରେ ଏସଓଜି ଯବାନ ଏବଂ ମାଓବାଦୀ ମୁହାମୁହିଁ ହେଇ ଗୁଳି ବିନିମୟ ହେଇଥିଲା। ଫଳରେ ଘଞ୍ଚ ଜଙ୍ଗଲ ର ସୁଯୋଗ ନେଇ ୧୦ ରୁ ୧୨ ଜଣିଆ ମାଓବାଦୀ ଦଳ ଛତ୍ରଭଙ୍ଗ ଦେଇଥିଲେ। ପରେ କୁମ୍ବିଂ ସମୟରେ ସେଠାରେ ଥିବା ମାଓ କ୍ୟାମ୍ପରୁ ୧୦ ଟି ଡେଟନେଟର ସମେତ ଅନେକ ମାଓ ସାମଗ୍ରୀ ଜବତ ହେଇଥିବା ଏସପି ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories