www.samajalive.in
Friday, December 12, 2025
27.1 C
Bhubaneswar

ସାଧାରଣ ବର୍ଗ ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦% ସଂରକ୍ଷଣକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ: ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ସରକାର ସଂରକ୍ଷଣ ସୁବିଧା କରିଛନ୍ତି। ବ୍ୟବସ୍ଥା ଅନୁଯାୟୀ ଆର୍ଥିକ ଅନଗ୍ରସରଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୦% ସଂରକ୍ଷଣ ସୁବିଧା ଦିଆଯିବ। ଏହି ସଂରକ୍ଷଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ କେନ୍ଦ୍ର କ୍ୟାବିନେଟ ସୋମବାର ଅନୁମୋଦନ କରିଛନ୍ତି। ଏହି ସଂରକ୍ଷଣ ବ୍ୟବସ୍ଥାକୁ କାର୍ୟ୍ୟକାରୀ କରିବା ପାଇଁ ସରକାର ମଙ୍ଗଳବାର ସଂସଦର ଶୀତ ଅଧିବେଶନର ଶେଷ ଦିନରେ ସମ୍ବିଧାନ ସଂଶୋଧନ ବିଧେୟକ ଆଗତ କରିବେ। ସମ୍ବିଧାନର ଧାରା ୧୫ ଓ ୧୬ର ସଂଶୋଧନ ପାଇଁ ବିଧେୟକ ଆଗତ କରାଯିବ। ଦ୍ବିତୀୟତଃ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଗଲେ ଧାର୍ୟ୍ୟ ୫୦% ସଂରକ୍ଷଣ ସୀମାକୁ ଅତିକ୍ରମ କରିବ। ପୂର୍ବରୁ ସାଧାରଣ ବର୍ଗର ଲୋକଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିବା ବେଳେ ସରକାର ପ୍ରଥମ କରି ଏହାକୁ କାର୍ୟ୍ୟକାରୀ କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ କାର୍ୟ୍ୟକାଳ ଶେଷ ହେବାକୁ ଆଉ ଅଳ୍ପ କିଛି ମାସ ଥିବାବେଳେ ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ ମୁଖ୍ୟ ବିରୋଧୀ କଂଗ୍ରେସ ଏହାକୁ ନିର୍ବାଚନୀ ଚାଲ ବୋଲି କହିଛି। ତେବେ ଦଳିତ ନେତା ରାମଦାସ ଅଠୱାଲେ ଏହାକୁ ମାଷ୍ଟର ଷ୍ଟ୍ରୋକ ବୋଲି କହିଛନ୍ତି। କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭି କହିଛନ୍ତି ଯେ ସରକାର ସାଢେ ୪ବର୍ଷ ଧରି ଏହି ବିଷୟରେ ଚିନ୍ତା କରିପାରିଲେ ନାହିଁ। ନିର୍ବାଚନ ଆଚରଣବିଧି ଲାଗୁ ହେବାକୁ ଆଉ ଅଳ୍ପ କିଛି ଦିନ ଥିବାବେଳେ ସରକାର ଏପରି ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି।
କେଉଁମାନେ ପାଇବେ ଏହି ସଂରକ୍ଷଣ ସୁବିଧା
୧- ଯେଉଁ ପରିବାରର ବାର୍ଷିକ ଆୟ ୮ଲକ୍ଷ ଟଙ୍କାରୁ କମ୍ ହୋଇଥିବ।
୨- ୫ ଏକରରୁ କମ୍ ଚାଷ ଜମି ଥିବ।
୩- ସହରାଞ୍ଚଳରେ ୧୦୦୦ ବର୍ଗଫୁଟରୁ କମ୍ ଅଞ୍ଚଳର ବାସସ୍ଥାନ ଥିବ।
୪- ମ୍ୟୁନିସପାଲଟି ଅଞ୍ଚଳରେ ୧୦୯ ୟାର୍ଡରୁ କମ୍ ଅଞ୍ଚଳର ବାସସ୍ଥାନ ଥିବ।
୫-ଗ୍ରାମାଞ୍ଚଳରେ ୨୦୯ ୟାର୍ଡରୁ କମ୍ ଅଞ୍ଚଳର ବାସସ୍ଥାନ ଥିବ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories