www.samajalive.in
Wednesday, December 10, 2025
26.1 C
Bhubaneswar

ଦୁଇ ଦିନିଆ ସର୍ବଭାରତୀୟ ସାଧାରଣ ଧର୍ମଘଟ

କଟକ : ମଙ୍ଗଳବାର ଠାରୁ ଦୁଇ ଦିନିଆ ସର୍ବଭାରତୀୟ ସାଧାରଣ ଧର୍ମଘଟ ଡାକରା ଦିଆଯାଇଛି। ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଏହି ବନ୍ଦ ଡାକରା ଦେଇଛି। ବନ୍ଦ ଡାକରା ଆନ୍ଦୋଳନରେ ୨୦କୋଟି କର୍ମଚାରୀ ସାମିଲ ହୋଇଥିବା ଟ୍ରେଡ ୟୁନିୟନ ପକ୍ଷରୁ ସୂଚନା ମିଳିଛି। ସରକାରଙ୍କ କର୍ମଚାରୀ ବିରୋଧୀ ନୀତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ଫଳରେ ବିଭିନ୍ନ ସ୍କୁଲ, କଲେଜ ବନ୍ଦ ରହିଛି। ଆନ୍ଦୋଳନରେ ଟେଲିକମ, ସ୍ବାସ୍ଥ୍ୟ, ଶିକ୍ଷା, କୋଇଲା, ଷ୍ଟିଲ, ବିଦ୍ୟୁତ, ବ୍ୟାଙ୍କ, ବୀମା ଓ ପରିବହନ ସେକ୍ଟରର କର୍ମଚାରୀମାନେ ସମର୍ଥନ କରୁଥିବା ସୂଚନା ମିଳିଛି। ଟ୍ରେଡ ୟୁନିୟନର ଆନ୍ଦୋଳନ ଯୋଗୁଁ ଦେଶରେ ବିଭିନ୍ନ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି। ଆନ୍ଦୋଳନ ଯୋଗୁଁ ବିଭିନ୍ନ ସ୍ଥାନରେ ରେଳରୋକ କରାଯାଇଛି। ଶ୍ରମିକ ସଂଘର କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବାର ଦେଖାଯାଇଛି।

- Advertisement -

ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ବସ, ରେଳ, ଟ୍ୟାକ୍ସି, ଅଟୋ ଇତ୍ୟାଦି ଯାନବାହାନ ଚଳାଚଳ ବନ୍ଦ କରି ଦେଇଛନ୍ତି। କେବଳ ଜରୁରୀକାଳୀନ ସେବାଗୁଡିକୁ ଏଥିରୁ ବାଦ ଦିଆଯାଇଛି। ଏହି ଆନ୍ଦୋଳନକୁ ବିଜେପିକୁ ବାଦ ଦେଇ କଂଗ୍ରେସ, ବିଜେଡି ଓ ବାମପନ୍ଥୀ ଦଳଗୁଡିକ ସମର୍ଥନ କରୁଥିବାରୁ ରାଜ୍ୟରେ ବନ୍ଦର ପ୍ରଭାବ ରହିବ ବୋଲି ଆଶଙ୍କା କରାଯାଉଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories