www.samajalive.in
Thursday, December 11, 2025
18.1 C
Bhubaneswar

ଆଇନ ସଚେତନତା ଶିବିର

ଗୁରୁଡିଝାଟିଆ: ଖମାରନୂଆଗାଁ ବିଦ୍ୟାଳୟ ପରିସରରେ ଆଠଗଡ ତାଲୁକ ଆଇନ ସେବା ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଏଡିଜେ ରାଜକୁମାର ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କେଉଁମାନେ ଆଇନସେବା ମୁକ୍ତ ଭାବେ ପାଇପାରିବେ ବୁଝାଇବା ସହ ସରକାରଙ୍କ ଜନକଲ୍ୟାଣ ଯୋଜନା ସଂପର୍କରେ ମଧ୍ୟ ବିଶଦ ଭାବେ ଅବଗତ କରାଇଥିଲେ।

ଆଠଗଡ ଓକିଲ ସଂଘର ସାଂପଦକ ବନବିହାରୀ ସାହୁ, ଆଇନଜୀବୀ ଜ୍ଞାନ ପ୍ରକାଶ ଧଳସାମନ୍ତ, ଆଇନଜୀବୀ ଶ୍ରୀନିବାସ ଦାସ ପ୍ରମୁଖ ସରକାରଙ୍କ ଜନକଲ୍ୟାଣ ଯୋଜନା ସଂପର୍କରେ ଉପସ୍ଥିତ ଗାଁର ମୁରବୀ, ଯୁବକ, ମହିଳା ଓ ବିଦ୍ୟାର୍ଥୀଙ୍କୁ ଅବଗତ କରାଇଥିଲେ। ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୋଶ କୁମାର ସ୍ୱାଇଁ, ବିଚାର ବିଭାଗ ସହାୟକ ରାଜଶ୍ରୀ ମହଲା ଓ ବୀଣାପାଣି ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories