www.samajalive.in
Monday, December 8, 2025
27.1 C
Bhubaneswar

ବାଂଲାଦେଶୀ କହି ଓଡ଼ିଶାରୁ ଫେରିବାଲାଙ୍କୁ ତଡ଼ିବା ଘଟଣା, ୨ଶହରୁ ଊର୍ଦ୍ଧ୍ୱ ଲୋକ ପଶ୍ଚିମବଙ୍ଗରେ ଅଟକ

ନୀଳଗିରି: ବାଂଲାଦେଶ ହିଂସା ସମ୍ପ୍ରତି ସହରଠାରୁ ଆରମ୍ଭ କରି ଗାଁଗହଳି ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଛି । ତେବେ ଫେରିବାଲାଙ୍କୁ ବାଂଲାଦେଶୀ କହି ତଡ଼ି ଦିଆଯିବା ଘଟଣାରେ ପଶ୍ଚିମବଙ୍ଗରେ ଉତ୍ତେଜନା ପ୍ରକାଶ ପାଇଛି । ଆଜି ନୀଳଗିରିରୁ ୫୦ରୁ ଊର୍ଦ୍ଧ୍ୱ ଏବଂ ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଲୋକଙ୍କୁ ବଙ୍ଗୀୟ ଫେରିବାଲା ଅଟକ ଥିବା ସୂଚନା ମିଳିଛି ।

ନୀଳଗିରିର ମିତ୍ରପୁର ଅଞ୍ଚଳରୁ ୩ଟି ବୋଲେରୋ ଏବଂ ଅନ୍ୟ ଗାଡ଼ିରେ ୫୦ଜଣ ଫେରିବାଲା ପଶ୍ଚିମମେଦିନାପୁର କେଶପୁର ନିକଟ ଖଡ଼ିକା ଅଞ୍ଚଳକୁ ଜଣେ ଆୟୁର୍ବେଦିକ ଡାକ୍ତରଙ୍କୁ ରୋଗ ଦେଖାଇବାକୁ ଯାଇଥିଲେ । ସେଠାରେ ସେମାନେ ସେମାନଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହ ସମସ୍ତଙ୍କୁ ଅଟକ ରଖିଛନ୍ତି । ଏହି ଘଟଣା ଶୁଣିବା ପରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ହସ୍ତକ୍ଷେପ କରିଥିଲେ। ଘଟଣାସ୍ଥଳରେ ବଙ୍ଗୀୟ ପୁଲିସ ପହଞ୍ଚି ସେମାନଙ୍କୁ  ଉଦ୍ଧାର ପରେ ଏକ ସ୍ଥାନରେ ରଖିଥିବା ସୂଚନା ମିଳିଛି ।

- Advertisement -

ସୂଚନା ଯେ, କିଛିଦିନ ହେବ ବଙ୍ଗୀୟ ଫେରିବାଲାଙ୍କୁ ବାଂଲାଦେଶୀ ବୋଲି କହି ଦୁର୍ବ୍ୟବହାର କରାଯିବା ଏବଂ ଗାଁ ଭିତରକୁ ପଶାଇବାକୁ ଦିଆନଯିବାରୁ ସେମାନେ ସ୍ୱଗୃହ ପ୍ରତ୍ୟାବର୍ତ୍ତନ କରିଥିଲେ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories