www.samajalive.in
Thursday, December 11, 2025
18.1 C
Bhubaneswar

ଖରିଫ ଧାନ ପଞ୍ଜୀକରଣକୁ ନେଇ କୃଷକଙ୍କ ପ୍ରତିବାଦ

ଗୁରୁଡିଝାଟିଆ: ସରକାରଙ୍କ ଧାନ ପଞ୍ଜୀକରଣ ନିୟମ ପ୍ରତିବାଦରେ ଆଜି ଓରନ୍ଦା ପଞ୍ଚାୟତ ବାଳି ପ୍ରାଥମିକ ସେବା ସମବାୟ ସମିତି ନିକଟରେ ବହୁ କୃଷକ ପ୍ରତିବାଦ କରିଥିଲେ। ସ୍ଥାନୀୟ ସେବା ସମବାୟ ସମିତି ଅଧିନରେ ବାସସ୍ଥାନ ଥିଲେ ମଧ୍ୟ ଚାଷଜମି ବାହାର ମୌଜାରେ ଥିବାରୁ କୃଷକମାନେ ପଞ୍ଜୀକରଣରୁ ବଞ୍ଚିତ ହେଉଛନ୍ତି। ପ୍ରତିବାଦକାରୀ କୃଷକ କହିଛନ୍ତି ଯେ ଆମେ ଯେଉଁ ଠାରେ ବସବାସ କରୁଛୁ ସେଠାରେ ପ୍ରାଥମିକ ସେବା ସମବାୟ ସମିତି ନିକଟରେ ଧାନ ବିକ୍ରୟ କରିବା ପାଇଁ ପଞ୍ଚିକରଣ କରିବୁ।

ଚାଷଜମି ଯେଉଁ ମୌଜାରେ ଥିଲେ ମଧ୍ୟ। ଫଳରେ କୃଷକଙ୍କୁ ବୁଝାଇବା ପାଇଁ ଉପଖଣ୍ଡ ଯୋଗାଣ ଅଧିକାରୀ ଜଗମୋହନ ଦାସ ଓ ଏଆରସିଏସ ବିଜେନ୍ଦ୍ର କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ସରକାରଙ୍କ ନିୟମକୁ ପ୍ରାଞ୍ଜଳ ଭାବେ ବୁଝାଇବା ସହ ଏଥିରେ ସହଯୋଗ କରିବାକୁ ବୁଝାଇଥିଲେ। ଏହି ନିୟମ ଦ୍ୱାରା ପ୍ରକୃତ ଚାଷୀ ହିଁ ଚାଷକ୍ଷେତ ଥିବା ପ୍ରାଥମିକ ସେବା ସମବାୟ ସମିତି ନିକଟରେ ପଞ୍ଜୀ କରଣ କରିପାରିବ। ଏହାପରେ କୃଷକମାନେ ପ୍ରତିବାଦରୁ ଓହରି ଥିଲେ।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories