ରୋଜଗାରିଆ ଝିଅକୁ ହରାଇ ଦୁଃଖରେ ପରିବାର, ତଦନ୍ତ କରୁଛି ହାଇଦ୍ରାବାଦ ପୁଲିସ
ସିମୁଳିଆ: ଘରର ଏକ ମାତ୍ର ରୋଜଗାରିଆ ଝିଅକୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର। ଝିଅଟିର ଫେରିବା ବାଟକୁ ବାପା,ମା କୁନି କୁନି ଦୁଇ ଭାଇ ଚାହିଁ ରହିଛନ୍ତି । ହେଲେ ଝିଅକୁ ମାରି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅବୁଝଣା ପଞ୍ଚାୟତ ସୋମନାଥପୁର ଗ୍ରାମର ମାୟାଧର ବାରିକଙ୍କର ଏକ ମାତ୍ର ବାଇଶି ବର୍ଷିୟା ଝିଅ ଗୀତାଞ୍ଜଳି ବାରିକ ନିଜ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଗୀତାଞ୍ଜଳି ମ୍ୟାଟ୍ରିକ ପଢିବା ପରେ ଆଜିକୁ ଚାରିବର୍ଷ ପୂର୍ବରୁ ହାଇଦ୍ରାବାଦକୁ କାମ କରିବାକୁ ଯାଇଥିଲେ । ସେଠାରେ ଏକ ଘରୋଇ ସ୍କୁଲରେ ପିଲାମାନଙ୍କ ରକ୍ଷଣାବେକ୍ଷଣ ରୂପେ କାର୍ଯ୍ୟକରୁଥିଲେ । ଯାହା ଦରମା ମିଳୁଥିଲା ବାପା ମା ଜେଜେ ମା କୁନି ଦୁଇ ଭାଇଙ୍କ ଚଳିବା ପାଇଁ ପଠାଉଥିଲେ ।
ବାପା ବି ରୋଗୀଣା ହେତୁ ରୋଜଗାର କରି ପାରୁନାହାନ୍ତି। ଝିଅର ରୋଜଗାରରେ ନିର୍ଭରଶୀଳ ଥିଲେ ପରିବାର। ହେଲେ ଶୁକ୍ରବାର ଦିନ ପରିବାରକୁ ଏକ ଫୋନ କଲ ଆସିଥିଲା । ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ପରିବାର ଲୋକ ଓ ଅଞ୍ଚଳବାସୀ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ଝିଅକୁ ବଳାତ୍କାର କରି ହତ୍ୟା କରାଯାଇଥିବାର ପରିବାର ଲୋକ ଅଭିଯୋଗ କରିଛନ୍ତି ।
ତେବେ ଗୀତାଞ୍ଜଳୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏବେ ରହସ୍ୟ ହୋଇଛି। ଏ ଘଟଣାର ହାଇଦ୍ରାବାଦ ପୁଲିସ ଗୀତାଞ୍ଜଳିଙ୍କ ମୋବାଇଲ ଜବତ କରିବା ସହିତ ଚାରିଜଣ ଯୁବକକୁ ଅଟକ ରଖି କରି ତଦନ୍ତ ଜାରିରଖିଛି ।
Comments are closed.