www.samajalive.in
Saturday, December 6, 2025
17.1 C
Bhubaneswar

ଗୋଲାମୁଣ୍ଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତ୍ତିକ ନିଲମ୍ବିତ

ଭୁବନେଶ୍ୱର: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତ୍ତିକଙ୍କୁ ନିଲମ୍ବିତ କରାଯାଇଅଛି । କୋରାପୁଟ ଦୁର୍ନୀତି ନିବାରଣ ଥାନା ମାମଲା ସଂଖ୍ୟା ୧୪, ତା. ୦୨. ୦୮. ୨୦୨୪ ରେ ସମ୍ପୃକ୍ତି ଥିବା ହେତୁ ତାଙ୍କୁ କୋରାପୁଟ ଦୁର୍ନୀତି ନିବାରଣ ଦ୍ୱାରା ୦୨. ୦୮. ୨୦୨୪ ରେ ଗିରଫ କରାଯିବା ପରେ ୧୪.୦୮.୨୦୨୪ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେଥିପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତରଫରୁ ଗୋଲାମୁଣ୍ଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତ୍ତିକଙ୍କ ନିଲମ୍ବନ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଓଡ଼ିଶା ସିଭିଲ ସେବା (ବର୍ଗୀକରଣ, ନିୟନ୍ତ୍ରଣ ଓ ଅପିଲ) ନିୟମାବଳୀ, ୧୯୬୨ ଅନ୍ତର୍ଗତ ନିୟମ ୧୨(୨) ଦ୍ୱାରା ପ୍ରଦତ୍ତ କ୍ଷମତା ମାଧ୍ୟମରେ ଅକ୍ଷମିତା କାର୍ତ୍ତିକଙ୍କୁ ୦୨. ୦୮. ୨୦୨୪ରୁ ନିଲମ୍ବନ କରାଯାଇଛି । ଏହି ନିଲମ୍ବନ ଆଦେଶ ବଳବତ୍ତର ଥିବା ପର୍ଯ୍ୟନ୍ତ କଳାହାଣ୍ଡି ଜିଲା ପରିଷଦଙ୍କ କାର୍ଯ୍ୟାଳୟକୁ ଅକ୍ଷମିତା କାର୍ତ୍ତିକଙ୍କ ସଦର ମହକୁମା ସ୍ଥିର କରାଯାଇଛି । ନିଲମ୍ବନ ଅବଧିରେ ସେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ରହିବେ ତାଙ୍କର ପ୍ରାକ ଅନୁମତି ବିନା ସଦର ମହକୁମା ଛାଡ଼ିବେ ନାହିଁ ବୋଲି ନିର୍ଦେଶ ଜାରି କରାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories