www.samajalive.in
Sunday, December 14, 2025
26.1 C
Bhubaneswar

ଅତାବିରା ବ୍ଲକସ୍ତରୀୟ ଫୁଟବଲ ପ୍ରତିଯୋଗିତା: ଜିଲ୍ଲାସ୍ତରକୁ ମନୋନୀତ ହେଲେ ୩୨ ଛାତ୍ରଛାତ୍ରୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆଜି ଅତାବିରା ବ୍ଲକ ସ୍ତରୀୟ ୧୭ ବର୍ଷରୁ କମ ଛାତ୍ରଛାତ୍ରୀମାନଙ୍କର ଫୁଟବଲ ପ୍ରତିଯୋଗିତା ହୋଇଥିଲା। ଅତିରିକ୍ତ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ କ୍ରୀଡା   ପତାକା ଉତ୍ତୋଳନ କରିବା ପରେ କ୍ରୀଡା ପ୍ରତିଯୋଗିତାର  ଆରମ୍ଭ ହୋଇଥିଲା । ବ୍ଲକ କ୍ରୀଡା ସମ୍ପାଦକ ସୁଦୀପ୍ତ କୁମାର ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ କ୍ରୀଡା ନିୟମାବଳୀ ଓ ଏହାର ଉପଯୋଗିତା ତଥା ଖେଳର ଶୃଙ୍ଖଳା ଉପରେ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରିଥିଲେ । ବ୍ଲକ କ୍ରୀଡା  କାର୍ଯ୍ୟକାରୀ କମିଟିର ଉପସଭାପତି ମନୋଜ ହରପାଲ, ପୂର୍ବତନ କ୍ରୀଡା ସମ୍ପାଦକ ଲବ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ପୂର୍ବତନ ଶାରିରୀକ ଓ କ୍ରୀଡା ନିରୀକ୍ଷକ ତ୍ରୈଲୋକ୍ୟ ନାୟକ ଖେଳ ପରିଚାଳନା କରିଥିଲେ । ଏଥିରେ ବ୍ଲକର ବିଭିନ୍ନ ଉଚ୍ଚ  ବିଦ୍ୟାଳୟର ୧୧୫ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେଥିମଧ୍ୟରୁ  ବାଳକ ବିଭାଗରୁ ୧୬ ଜଣ ଓ ବାଳିକା ବିଭାଗରୁ ୧୬ ଜଣ ମୋଟ ୩୨ ଜଣଙ୍କୁ ଜିଲ୍ଲା ସ୍ତରରେ ଖେଳିବା ପାଇଁ ମନୋନୀତ କରାଯାଇଛି । ଗାଇସିଲେଟ ବ୍ଲକରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଏମାନେ ଅଂଶଗ୍ରହଣ କରିବେ ବୋଲି କ୍ରୀଡା ସମ୍ପାଦକ ସାହୁଙ୍କଠାରୁ ସୂଚନା ମିଳିଛି । ଏହି ପ୍ରତିଯୋଗିତାରେ ବ୍ଲକର ୨୭ ଜଣ କ୍ରୀଡା ଶିକ୍ଷକ ନିଯୁକ୍ତ ହୋଇଥିଲେ ।  ଜିଲ୍ଲା ସ୍ତରରେ ଏହି ପ୍ରତିଯୋଗୀମାନେ କୃତିତ ହାସଲ କରି ବ୍ଲକ ପାଇଁ ଗୌରବ ଅର୍ଜନ କରିବା ଲାଗି କୃତି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହିତ ଶ୍ରୀ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories