www.samajalive.in
Wednesday, December 10, 2025
16.1 C
Bhubaneswar

ଅଗଷ୍ଟ ୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ ଅମୃତ ଉଦ୍ୟାନ

ଡେସ୍କ: ଆସନ୍ତା ଅଗଷ୍ଟ ୧୪ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅମୃତ ଉଦ୍ୟାନ ବାର୍ଷିକ ସଂସ୍କରଣ, ୨୦୨୪କୁ ଉଦଘାଟନ କରିବେ। ଅମୃତ ଉଦ୍ୟାନ ଅଗଷ୍ଟ ୧୬ରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଅପରାହ୍ନ ୫ଟା ୧୫ରେ ଶେଷ ପ୍ରବେଶ ପାଇଁ ଅନୁମତି ଦିଆଯିବ।

ଏହାଛଡା ପ୍ରଥମ ଥର ପାଇଁ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ାବିତଙ୍କ ପାଇଁ ସଂରକ୍ଷିତ ରହିବ। ସେହିପରି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିକ୍ଷକ ଦିବସ ଅବସରରେ ସେପ୍ଟେମ୍ବର ୫ ତାରିଖ ଶିକ୍ଷକଙ୍କ ପାଇଁ ସଂରକ୍ଷିତ ରହିବ।ରକ୍ଷଣାବେକ୍ଷଣ ପାଇଁ ଅମୃତ ଉଦ୍ୟାନ ସବୁ ସୋମବାର ବନ୍ଦ ରହିବ।

- Advertisement -

ସୂଚନା ଅନୁଯାୟୀ, ନର୍ଥ ଆଭେନ୍ୟୁ ରୋଡ୍ ନିକଟରେ ରାଷ୍ଟ୍ରପତି ଭବନର ୩୫ ନମ୍ବର ଗେଟ୍ ଦେଇ ସର୍ବସାଧାରଣଙ୍କ ପ୍ରବେଶ ହେବ। ସ୍ଲଟ୍ ବୁକିଂ ଏବଂ ପାର୍କରେ ପ୍ରବେଶ ନିଃଶୁଳ୍କ ଅଟେ। ରାଷ୍ଟ୍ରପତି ଭବନର ୱେବସାଇଟ visit.rashtrapatibhavan.gov.in ଏବଂ ୱାକ୍-ଇନ୍ ଭିଜିଟର୍ସ ପାଇଁ ୩୫ ନମ୍ବର ଗେଟ୍ ବାହାରେ ଥିବା ସେଲ୍ଫ ସର୍ଭିସ୍ କିଓସ୍କରୁ ଅନଲାଇନ୍ ବୁକିଂ କରାଯାଇପାରିବ। ପର୍ଯ୍ୟଟକଙ୍କ ସୁବିଧା ପାଇଁ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରୁ ଗେଟ୍ ନଂ ୩୫ (ବଗିଚାର ପ୍ରବେଶ ଦ୍ୱାର) ପର୍ଯ୍ୟନ୍ତ ମାଗଣା ଶଟଲ ବସ୍ ସେବା ମଧ୍ୟ ଉପଲବ୍ଧ ହେବ।

ପର୍ଯ୍ୟଟକମାନେ ରାଷ୍ଟ୍ରପତି ଭବନ ଏବଂ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ତଥା ନୂଆଦିଲ୍ଲୀରେ ଗାର୍ଡ ପରିବର୍ତ୍ତନ ସମାରୋହ ପରିଦର୍ଶନ କରିପାରିବେ। ସିମଲାରେ ଥିବା ରାଷ୍ଟ୍ରପତିଙ୍କ ବାସଭବନ ମାଶୋବ୍ରା ଏବଂ ହାଇଦ୍ରାବାଦରେ ରାଷ୍ଟ୍ରପତି ନିଳୟମ ପରିଦର୍ଶନ କରିବା ପାଇଁ ମଧ୍ୟ ଅନଲାଇନରେ visit.rashtrapatibhavan.gov.inରେ ସ୍ଲଟ୍ ବୁକିଂ କରିପାରିବେ।

ଅମୃତ ଉଦ୍ୟାନ ବାର୍ଷିକ ସଂସ୍କରଣ, ୨୦୨୪ ଉଦଘାଟନ ଅବସରରେ ରାଷ୍ଟ୍ରପତି ଭବନ ସଂଗ୍ରହାଳୟରେ ସ୍କୁଲ ପିଲାଙ୍କ ପାଇଁ ପ୍ରବେଶ ମାଗଣା ହେବ। ଖେଳାଳି ଓ ଶିକ୍ଷକମାନେ ସେମାନଙ୍କ ପାଇଁ ସଂରକ୍ଷିତ ସ୍ୱତନ୍ତ୍ର ଦିନ ଅର୍ଥାତ୍ ଅଗଷ୍ଟ ୨୯ ଓ ସେପ୍ଟେମ୍ବର ୫, ୨୦୨୪ରେ ମାଗଣାରେ ସଂଗ୍ରହାଳୟ ପରିଦର୍ଶନ କରିପାରିବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories