www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ୟାରିସ ଅଲିମ୍ପିକ୍ସ : ହକିରେ ଭାରତ ଜିତିଲା ବ୍ରୋଞ୍ଜ ପଦକ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତ ଜିତିଲା ବ୍ରୋଞ୍ଜ ପଦକ।ସ୍ପେନକୁ ୨-୧ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତ। ଅଧିନାୟକ ହରମନପ୍ରୀତ ସିଂହଙ୍କ ଡବଲ ଗୋଲ ବଳରେ ଭାରତ ଏହି ବିଜୟ ହାସଲ କରିଛି। ୫୨ ବର୍ଷ ପରେ ଲଗାତାର ୨ଟି ଅଲିମ୍ପିକ୍ସରେ ପଦକ ଜିତିଲା ଭାରତ। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ବି ବ୍ରୋଞ୍ଜ ଜିତିଥିଲା ଭାରତ। ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୪କୁ ବୃଦ୍ଧି ପାଇଛି।

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି । ପୁରୁଷ ହକିରେ ଭାରତ ସ୍ପେନକୁ ୨-୧ରେ ହରାଇ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି । ଏହା ସହିତ ଲଗତାର ୨ୟ ଥର ପାଇଁ ଭାରତ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ପାଇଛି ।

- Advertisement -

ଏହି ମ୍ୟାଚରେ ସ୍ପେନର ମିରାଲେସ ଏକ ପେନାଲ୍ଟି ଷ୍ଟ୍ରୋକକୁ ଗୋଲରେ ପରିଣତ କରିବାରୁ  ଦଳ ୧-୦ରେ ଆଗୁଆ ରହିଥିଲା । ସ୍ପେନ ପକ୍ଷରୁ ଗୋଲରେ ପରିବର୍ତ୍ତନ କରିଥିଲେ। ଏହାପରେ ଭାରତ ପକ୍ଷରୁ ଚମତ୍କାର ପ୍ରଦର୍ଶନ ସହ ହରମନପ୍ରୀତ ସିଂହ ଏକ ଗୋଲ ଦେଇଥିଲେ ଏବଂ  ସ୍କୋର ୧-୧ରେ ବରାବର କରିଥିଲା ।  ତୃତୀୟ କ୍ବାର୍ଟରରେ ଭାରତୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏହି ସୁଯୋଗରେ ଭାରତ ଆଉ ଏକ ଗୋଲ ଦେଇ ୨-୧ରେ ଆଗୁଆ ହୋଇଯାଇଥିଲା । ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଏହି ଗୋଲ୍ ଦେଇଥିଲେ।

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories