www.samajalive.in
Friday, December 12, 2025
14.1 C
Bhubaneswar

ଗ୍ରାମର ବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କୁ ଦାବିପତ୍ର

ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସରାମୁଳି ପଞ୍ଚାୟତ ସିଞ୍ଜାକୁଟି ଗ୍ରାମର ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀ ଗୁରୁବାର କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟତଃ ଗାଁକୁ ପକ୍କା ରାସ୍ତା ନଥିବାରୁ ଯିବା ଆସିବାରେ ସମସ୍ୟା ନେଇ ତର୍ଗାବାଲିଠାରୁ ସିଞ୍ଜାକୁଟି ଦେଇ ମାରଦିପଙ୍କାକୁ ରାସ୍ତା ସଂଯୋଗ କରିବା, ୨୦୨୦ ମସିହାରୁ ଗ୍ରାମବାସୀମାନେ ଗାଁକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରିବା ପାଇଁ ଦାବି ପୂରଣ ହୋଇନାହିଁ, ତେଣୁ ଗାଁକୁ ରାଜସ୍ୱ ଗ୍ରାମ ମାନ୍ୟତା ଦେବା ଓ ଗାଁରେ ମୋବାଇଲ ଟାୱାର ସ୍ଥାପନ କରି ନେଟୱର୍କ ସେବା ପ୍ରଦାନ କରିବା ଦାବିପତ୍ରରେ ଉଲ୍ଲେଖ ରହିଛି। ଜିଲାପାଳ ଶ୍ରୀ ପାଟିଲ ଦାବିପତ୍ର ଗ୍ରହଣ କରି ମନରେଗା ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ କରାଯିବ, ନିର୍ବାଚନ ଯୋଗୁଁ କାର୍ଯ୍ୟ ଅନୁମୋଦନ ହୋଇ ପାରୁନଥିଲା, ଖୁବଶୀଘ୍ର ରାସ୍ତା ନିର୍ମାଣ ଆରମ୍ଭ ହେବ ଓ ଅନ୍ୟାନ୍ୟ ସମସ୍ୟା ସେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସିଞ୍ଜାକୁଟି ଗ୍ରାମର ସାହୁପାଟ ମାଝୀ, ରମାକାନ୍ତ ମଲିକ, ତ୍ରିନାଥ ମଲ୍ଲିକ, ଦିଲୀପ ମଲ୍ଲିକ, ନିରଞ୍ଜନ ମଲ୍ଲିକ, ରନାଲ ମଲ୍ଲିକ, ପ୍ରେମିକ ମଲ୍ଲିକ, ବିରେନ୍ଦ୍ର ମଲ୍ଲିକ, ରବୀନ୍ଦ୍ର ମଲ୍ଲିକ, ଭୀମ ମଲ୍ଲିକ ଓ ବିଶ୍ୱନାଥ ପାଟମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories