www.samajalive.in
Thursday, December 11, 2025
13.1 C
Bhubaneswar

ଆସାମରେ ବାଲ୍ୟ ବିବାହ ରୋକିବାକୁ ନୂଆ ଯୋଜନା, ପ୍ରତି ମାସରେ ମିଳିବ ଏତେ ଟଙ୍କା

ଦିଶପୁର : ଆସାମରେ ବାଲ୍ୟ ବିବାହ ରୋକିବା ପାଇଁ ରାଜ୍ୟ ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକାଦଶଠୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରତି ମାସରେ ୧୦୦୦ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ପଠାଇବେ । ଯୋଜନାରେ ପ୍ରାୟ ୧୦ ଲକ୍ଷ ଛାତ୍ରୀଙ୍କୁ ସାମିଲ କରାଯିବ ଏବଂ ପ୍ରଥମ ବର୍ଷରେ ଏଥିରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ସେହିଭଳି ୫ ବର୍ଷର ଅବଧିରେ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଯୋଜନା ଅନୁସାରେ ଦଶମ ଶ୍ରେଣୀ ପାସ୍ କରୁଥିବା ଏବଂ ଏକାଦଶରେ ଆଡମିଶନ କରୁଥିବା ଛାତ୍ରୀଙ୍କୁ ଦ୍ବାଦଶ ଶ୍ରେଣୀ ପରୀକ୍ଷା ପୂରା କରିବା ପର୍ଯ୍ୟନ୍ତ ୨ ବର୍ଷ ମାସିକ ହଜାରେ ଟଙ୍କା ମିଳିବ । ଏହି ରାଶି ପ୍ରତି ମାସ ୧୧ ତାରିଖରେ ଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ । ଦ୍ବାଦଶ ସମ୍ପୂର୍ଣ୍ଣ କରି ଡିଗ୍ରୀ କୋର୍ସରେ ଆଡମିଶନ କରୁଥିବା ଛାତ୍ରୀଙ୍କୁ ମାସିକ ୧୨୫୦ ଟଙ୍କା ମିଳିବ । ସେହିଭଳି ସ୍ନାତକୋତ୍ତର ଏବଂ ବିଏଡ କୋର୍ସରେ ଆଡମିଶନ ନେଉଥିବା ଛାତ୍ରୀଙ୍କୁ ସେମାନଙ୍କ କୋର୍ସ ସମାପ୍ତ ହେବା ପର୍ଯ୍ୟନ୍ତ ମାସିକ ୨୫୦୦ ଟଙ୍କା ମିଳିବ । ଏହା ସେମାନଙ୍କ ଆର୍ଥିକ ବୋଝକୁ ସାମାନ୍ୟ ହାଲୁକା କରିବାରେ ସହାୟକ ହେବ ।

- Advertisement -

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଯୋଜନା ଆରମ୍ଭ କରି କହିଛନ୍ତି କି ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏହାର ମୂଳ ଉଦ୍ଦେଶ୍ୟ । ୨୦୧୯-୨୧ରେ ହୋଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ ୧୮ ବର୍ଷ ପୂର୍ବରୁ ଅନେକ କିଶୋରୀ ବିବାହ କରିଦେଉଛନ୍ତି । ସେମାନଙ୍କ ପିତାମାତା ତାଙ୍କ ଶିକ୍ଷା ସମାପ୍ତ ନକରି ବିବାହ କରିଦେଉଛନ୍ତି । ତେଣୁ ଏ ଦିଗରେ ପଦକ୍ଷେପ ନେବା ପାଇଁ ଏମିତି ଯୋଜନା ଆରମ୍ଭ କରାଯାଇଛି ।

ଅତ୍ୟଧିକ ସୁନ୍ଦରତା ପାଇଁ ମହିଳା ସନ୍ତରଣକାରୀଙ୍କୁ ଅଲିମ୍ପିକ୍ସରୁ ଫେରାଇଦେଲେ, କ୍ରୀଡ଼ାବିତ୍‌ଙ୍କ ଧ୍ୟାନ ଭଙ୍ଗ କରୁଥିଲା ସୌନ୍ଦର୍ଯ୍ୟ

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories