www.samajalive.in
Sunday, December 7, 2025
26.1 C
Bhubaneswar

ସରିଲା ନିର୍ବନ୍ଧ, ଖୁବଶୀଘ୍ର ଏହି ଅଭିନେତ୍ରୀଙ୍କୁ ବିବାହ କରିବେ ନାଗା ଚୈତନ୍ୟ: ଫଟୋ ଶେୟାର କରି ନାଗାର୍ଜୁନ କହିଲେ..

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥପ୍ରଭୁଙ୍କ ପୂର୍ବତନ ସ୍ଵାମୀ ତଥା ଅଭିନେତା ନାଗା ଚୈତନ୍ୟଙ୍କର ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ଗୁରୁବାର ନିର୍ବନ୍ଧ ହୋଇଛି। ସୂଚନା ମୁତାବକ, ହାଇଦରାବାଦର ଜୁବଲୀ ହିଲ୍ସସ୍ଥିତ ନାଗା ଚୈତନ୍ୟଙ୍କ ପିତା ନାଗାର୍ଜୁନଙ୍କ ଘରେ ଏକ ଘରୋଇ ସମାରୋହରେ ଦୁହିଁଙ୍କ ନିର୍ବନ୍ଧ ଶେଷ ହୋଇଛି। ନାଗାର୍ଜୁନ ନିଜେ ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ନିର୍ବନ୍ଧ ଫଟୋ ଶେୟାର କରି ସେମାନଙ୍କୁ ଆଶୀର୍ବାଦ ଦେଇଛନ୍ତି।


ସେ ଏକ୍ସରେ ଲେଖିଛନ୍ତି, ‘‘ପୁଅ ନାଗା ଚୈତନ୍ୟର ଶୋଭିତା ଧୁଲିପାଲାଙ୍କ ସହ ନିର୍ବନ୍ଧ ବିଷୟରେ ଘୋଷଣା କରି ମୁଁ ବହୁତ ଖୁସି। ସକାଳ ୯.୪୨ରେ ଦୁହିଁଙ୍କ ନିର୍ବନ୍ଧ ହୋଇଛି। ଆମେ ଶୋଭିତାଙ୍କୁ ପରିବାରକୁ ସ୍ୱାଗତ କରୁଛୁ। ଉଭୟଙ୍କୁ ବହୁତ ଶୁଭେଚ୍ଛା।’’

- Advertisement -

ସାମନ୍ଥାଙ୍କ ସହ ଛାଡପତ୍ର ପରେ ପରେ ହିଁ ନାଗା ଚେତନ୍ୟଙ୍କ ନାଁ ଶୋଭିତାଙ୍କ ସହ ଯୋଡ଼ି ହୋଇଥିଲା। ଉଭୟଙ୍କୁ ଅନ୍ତର୍ଜାତୀୟ ଭ୍ରମଣରେ ଅନେକ ଥର ଏକାଠି ସମୟ ବିତାଉଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ ଦୁହେଁ ଅନେକ ସ୍ଥାନରେ ଏକାଠି ନଜର ଆସିଛନ୍ତି। ଏହାପରଠାରୁ ଉଭୟଙ୍କ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଜି ନିର୍ବନ୍ଧ ଶେଷ ହୋଇଥିବାବେଳେ ଖୁବଶୀଘ୍ର ଉଭୟଙ୍କ ବିବାହ ତାରିଖ ଘୋଷଣା କରାଯିବ।

ସୂଚନାଯୋଗ୍ୟ, ସାମନ୍ଥା ଓ ନାଗା ଚୈତନ୍ୟ ୨୦୧୭ ମସିହା ଅକ୍ଟୋବର ୬ ତାରିଖରେ ଗୋଆରେ ପ୍ରଥମେ ହିନ୍ଦୁ ରୀତି ନୀତି ଏବଂ ଅକ୍ଟୋବର ୭ରେ ଖ୍ରୀଷ୍ଟିୟାନ ପରମ୍ପରାରେ ବିବାହ କରିଥିଲେ। ୨୦୨୧ ମସିହା ଅକ୍ଟୋବର ୬ରେ ଦୁହିଁଙ୍କର ବିବାହକୁ ୪ ବର୍ଷ ପୂରଣ ହେବାକୁ ଥିବାବେଳେ ଏହା ପୂର୍ବରୁ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories