www.samajalive.in
Sunday, December 7, 2025
23.1 C
Bhubaneswar

ଜବରଦଖଲକାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

ପୁରୀ: ମହାପ୍ରଭୁଙ୍କ ଖଣିରୁ ୪୦ କୋଟି ଲୁଟ୍ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ମାଇନିଂ ଖଜଣା ଦେଉନଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ୨୪ ବର୍ଷର ସରକାର ମହାପ୍ରଭୁଙ୍କ ଭୂସମ୍ପତ୍ତି ସୁରକ୍ଷା କଥା ଚିନ୍ତା କରିନାହାନ୍ତି । ୨୦୦୩ ମସିହାରେ ପ୍ରସ୍ତୁତ ୟୁନିଫର୍ମ ପଲିସି ଆଧାରରେ ଆମେ ପ୍ରକ୍ରିୟା ଆରମ୍ଭ କରିଛୁ । ମହାପ୍ରଭୁଙ୍କର ପ୍ରାୟ ୫୮ ହଜାର ଏକର ଭୂସମ୍ପତ୍ତି  ରହିଛି ।  ସେଥିରୁ ୩୭ ହଜାର ଏକରର କାଗଜ ପତ୍ର ଅଛି, ଯାହା ଉପ​‌ରେ ନିଷ୍ପତ୍ତି ହେବ। ଜବରଦଖଲକାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ସୂଚନା ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରଥମେ ୪ ମାସ ପାଇଁ ଏହି ଖଣିଗୁଡ଼ିକ ଲିଜ୍‌ ଦିଆଯାଇଥିଲା। ପରିବେଶ ଅନୁମତି ମିଳିବା ପରେ ୨୦୨୨ ଏପ୍ରିଲ ୧ ରୁ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପୁଣିଥରେ ଲିଜ୍‌ ଦିଆଯାଇଥିଲା। ଦୀର୍ଘମିଆଦୀ ଲିଜ୍‌ ଦେବା ପୂର୍ବରୁ ଖଣିଗୁଡ଼ିକୁ ସ୍ଥାନୀୟ ରାଜସ୍ବ ଅଧିକାରୀଙ୍କ ସହଯୋଗରେ ମାପଚୁପ କରାଯାଇଥିଲା। ସେତେବେଳେ ଅଧିକ ଖଣି ଉତ୍ତୋଳନ କରାଯାଇଥିବା ସ୍ପଷ୍ଟ ହୋଇଥିଲା। ତେବେ ଏହି ଖଣି ଲୁଟ୍‌ ସମ୍ପର୍କରେ ସୂଚନା ମିଳିବା ପୂର୍ବରୁ ଦୀର୍ଘମିଆଦୀ ଲିଜ୍ ଚୁକ୍ତିପତ୍ର କରାଯାଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଲିଜ୍‌ଧାରୀ ବିନିତ୍ ଲାଲାନୀ, ସସ୍ମିତା ରାଉତରାୟ, ସୁନିତା ସ୍ବାଇଁ, ସୌଭାଗ୍ୟ ଦାସ, ସତ୍ୟପ୍ରିୟ ଶ୍ରୀଚନ୍ଦନ, ରାଇବଲ୍ଲଭ ମହାନ୍ତି, ନରେନ୍ଦ୍ର ଭାଇଲ, ଶ୍ୟାମସୁନ୍ଦର ମହାନ୍ତି, ରବି ରମଣ ସିଂହ, ଦେବେନ୍ଦ୍ର ନାଥ ଜେନା, ଜଗଦୀଶ କୁମାର ସାହୁ, ଯୋଗୀନାଥ ବାହୁ ବଳେନ୍ଦ୍ର, ଅଜୟ କୁମାର ଅଗ୍ରୱାଲ, ଦିଲୀପ କୁମାର ଜେନା, ଦେବସ୍ମିତା ସାମନ୍ତରାୟ, ଜଗଦୀଶ ବରାଳ ଏବଂ ଦେବଯାନୀ ପ୍ରହରାଜଙ୍କୁ ନୋଟିସ୍‌ ଜାରି କରାଯାଇଛି। ସେଥିରୁ ତିନିଜଣ ବ୍ୟକ୍ତି ନୋଟିସ୍ ପାଇବା ମାତ୍ରେ ଜବାବ ଦାଖଲ କରିଛନ୍ତି। ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରାଯାଇଥିବା ଡ. ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ଭୂସମ୍ପତ୍ତିଗୁଡ଼ିକୁ ଜବରଦଖଲ ମୁକ୍ତ କରାଯିବା ସହ ଖଣିଗୁଡ଼ିକର ସୁପରିଚାଳନା କରାଯିବ ବୋଲି ସେ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories