www.samajalive.in
Saturday, December 6, 2025
19.1 C
Bhubaneswar

ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତିଙ୍କ କାର ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ପରିବାର

ଲାଞ୍ଜିଗଡ : ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦୁର୍ଘଟଣାକୁ ରୋକିବା ପାଇଁ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି ଓ ସଚେତନତା କରି ପଥପ୍ରାନ୍ତ ନାଟକ ମଧ୍ୟ କରାଯାଉଛି। ତଥାପି ଦୁର୍ଘଟଣା କମିବାର ନାଁ ନେଉନାହିଁ। ରାୟଗଡ଼ା ଜିଲ୍ଲା ଗତିଗୁଡା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବ୍ଲକ ବିଜେଡି ସଭାପତିଙ୍କ ସହ ତାଙ୍କ ପରିବାର ସଦସ୍ୟ।। ମିଳିଥିବା ସୁଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତି ତଥା ଲାଞ୍ଜିଗଡ ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆ ତାଙ୍କ ଧର୍ମପତ୍ନୀ ମନ୍ଦାକିନୀ ପେସନିଆ,ଭାଇ ସୁନିଲ ପେସନିଆ ଓ ରମେଶ ପୁଝାରୀ ନିଜ ପରିବାରର ସହ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବିଶାଖାପାଟଣା ଯାଉଥିଲେ। ଏହି ସମୟରେ ଗତିଗୁଡା ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଅଟୋଟି ଡାହାଣ ପଟେ ଯିବା ପାଇଁ ଇଣ୍ଡିକେଟର ଦେଇ ଥିଲା ହେଲେ ସେ ହଠାତ ବାମପଟକୁ ଦିଗ ବଦଳାଇ ଥିଲା।ଅଟୋକୁ ବଞ୍ଚାଇବାକୁ ଯାଇ କାର ଡ଼୍ରାଇଭର ଗଛରେ ପିଟି ଦେଇଥିଲା। ଫଳରେ ଗାଡ଼ିର ଚୋରୋଟି ସିଟରେ ବେଲୁନ ଥିବାରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ। ହେଲେ ଗାଡ଼ିଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି। ସାମାନ୍ୟ ଆହତ ଥିବାରୁ ସେମାନେ ବିଷମକଟକ ମେଡିକାଲରେ ଚିକିତ୍ସିତ ହୋଇ ଅନ୍ୟ ଏକ ଗାଡ଼ିରେ ଲାଞ୍ଜିଗଡ ଫେରିଛନ୍ତି।

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories