www.samajalive.in
Saturday, December 13, 2025
21.1 C
Bhubaneswar

ଅଣଓସାରିଆ ଭାବେ ନିର୍ମାଣ ହୋଇଛି ମାର୍କୋଣା ଛକର ଓଭର ବ୍ରିଜ

ସିମୁଳିଆ : ମାର୍କୋଣା ଛକର ଓଭର ବ୍ରିଜ ଓସାର ବୃଦ୍ଧିକୁ ନେଇ ପ୍ରୋଜେକ୍ଟ ଡିରେକଟରଙ୍କ ସହ ସିମୁଳିଆ ବିଧାୟକଙ୍କ ଦୀର୍ଘ ସମୟ ଆଲୋଚନା ପରେ ଓସାର ବୃଦ୍ଧି କରିବାକୁ ପିଡି ରାଜି ନ ହେବାରୁ କାର୍ଯ୍ୟ ସ୍ଥଗିତ ରଖିବାକୁ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତରେ ସିଦ୍ଧାନ୍ତ ନିଆ ଯାଇଛି। ବାଲେଶ୍ଵର ଜିଲା ସିମୁଳିଆ ବ୍ଲକର ଜାତୀୟ ରାଜପଥ ମାର୍କୋଣା ଛକ ନିକଟରେ ଥିବା ଓଭର ବ୍ରିଜଟି ଅଣଓସାରିଆ ହୋଇଥିବାରୁ ଉକ୍ତ ବ୍ରିଜ ଦେଇ ଛୋଟ ଗାଡି ବ୍ୟତୀତ ଅନ୍ୟ କୌଣସି ଗାଡି ଯାଇ ପାରୁନାହିଁ । ଆମ୍ବୁଲାନ୍ସ, ଦମକଳ ଗାଡି ମଧ୍ୟ ଉକ୍ତ ପୋଲ ଦେଇ ଯାଇ ପାରୁନଥିବାରୁ ସ୍ଥାନୀୟ ଲୋକ ମାନେ ସିମୁଳିଆ ବିଧାୟକଙ୍କ ନିକଟରେ ଦାବି କରିଥିଲେ ।

ଉକ୍ତ ପୋଲ ମାର୍କୋଣା ରେଳ ଷ୍ଟେସନରୁ ମାର୍କୋଣା ବିନାୟକ ପୁରକୁ ସଂଯୋଗ କରୁଥିବାରୁ ଏହାର ଉଚ୍ଚତା ବୃଦ୍ଧି କରିବାର ଆବଶ୍ୟକତା ଥିବାରୁ ବିଧାୟକ ପଦ୍ମଲୋଚନ ପଣ୍ଡା ଉକ୍ତ ପୋଲର ଉଚ୍ଚତା ବୃଦ୍ଧି ସହିତ ଓସାରିଆ କରିବାକୁ ପିଡିଙ୍କ ଠାରେ ପ୍ରସ୍ତାବ ଦେଇଥିଲେ । ମାର୍କୋଣା ଛକ ଠାରୁ ସିମୁଳିଆ କଲେଜ ପର୍ଯ୍ୟନ୍ତ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ବାଇପାସ ରାସ୍ତା ନିର୍ମାଣ କରିବାକୁ ଦାବି କରିଥିଲେ । ଶେଷରେ ବିଧାୟକ ଲିଖିତ ଭାବେ ଏନ.ଏଚ. ଏ.ଆଇର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟ, ଭୁବନେଶ୍ୱର ଅଫିସ ଓ ଏନ.ଏଚ. ଏ.ଆଇ ପିଡିଙ୍କୁ ଦେବା ସହିତ ତୁରନ୍ତ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ସେ ପର୍ଯ୍ୟନ୍ତ ପୋଲ କାର୍ଯ୍ୟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଉକ୍ତ ଆଲୋଚନା ସମୟରେ ବିଧାୟକ ପଣ୍ଡାଙ୍କ ସମେତ ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ, ଏନ.ଏଚ. ଏ.ଆଇର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories