www.samajalive.in
Thursday, December 11, 2025
16.1 C
Bhubaneswar

ବିନା ଡ୍ରାଇଭରରେ ଗଡୁଥିଲା ଟ୍ରକ୍, ଏମିତି ଅଟକାଇଲେ ଯୁବତୀ

ନୂଆଦିଲ୍ଲୀ : କେବଳ ଗାଡି ଚଳାଇବା ସମୟରେ ନୁହେଁ, ବରଂ ଗାଡି କେଉଁଠି ରଖିବା ସମୟରେ ମଧ୍ୟ ଏଥିପ୍ରତି ଧ୍ୟାନ ଦେବା ଉଚିତ୍ । ଏମିତି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଗାଡି ମନକୁ ଗଡିଯାଉଥିବା ନଜର ଆସୁଛି । ଗାଡି ପାର୍କ କରିବା ସମୟରେ ହ୍ୟାଣ୍ଡ୍ ବ୍ରେକ୍ ମାରିବା ଜରୁରି । କିନ୍ତୁ ଏଭଳି ନକରିବା ଦ୍ବାରା ବିଲକୁଲ୍ ଏଭଳି ହିଁ ଘଟିଥାଏ । ଦେଖନ୍ତୁ ଏହି ଭିଡିଓ..

- Advertisement -

ଭିଡିଓ ଆରମ୍ଭରେ ନଜର ଆସୁଛି କି ଜଣେ ଡ୍ରାଇଭର ବିନା ହ୍ୟାଣ୍ଡବ୍ରେକରେ ଗାଡି ଠିଆ କରି ଗାଡିରୁ ଜିନିଷ ଅନଲୋଡ୍ କରୁଛି । ସେହି ସମୟରେ ଜଣେ ଯୁବତୀ ସେହି ରାସ୍ତାରେ ଅତିକ୍ରମ କରୁଛନ୍ତି । ଏହି ସମୟରେ ଗାଡିଟି ମନକୁ ଗଡି ଯାଉଛି । କିନ୍ତୁ ଯୁବତୀ ଜଣକ ନିଜ ବୁଦ୍ଧି ବଳରେ ଗାଡିକୁ ଚଢିଯାଇ ତୁରନ୍ତ ବ୍ରେକ୍ ମାରି ଏହାକୁ ଅଟକାଇ ଦେଉଛନ୍ତି । ଆଉ ମାତ୍ର କିଛି ସେକେଣ୍ଡ ବିଳମ୍ବ ହୋଇଥିଲେ ଦୁର୍ଘଟଣା ଘଟିଯାଇଥାନ୍ତା ।

ପ୍ରାୟ ୧୪ ସେକେଣ୍ଡର ଏହି ଭିଡିଓ କ୍ଲିପକୁ ପ୍ରାୟ ୧୫ ମିଲିୟନ ଲୋକ ଦେଖିସାରିଲେଣି । ଲକ୍ଷେ ଲୋକ ଏହାକୁ ଲାଇକ୍ କରିଛନ୍ତି । ସମସ୍ତେ ସେହି ଯୁବତୀଙ୍କ ସାହସକୁ ପ୍ରଶଂସା କରୁଛନ୍ତି ।

ଆସନ୍ତାକାଲି ଦଶମ ଜାତୀୟ ହସ୍ତତନ୍ତ ଦିବସ, ସନ୍ଥ କବୀର ଓ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିବେ ଉପରାଷ୍ଟ୍ରପତି

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories