www.samajalive.in
Monday, December 8, 2025
27.1 C
Bhubaneswar

ପୁଣି ଚିନ୍ତା ବଢାଇଲା ଆଳୁ ; କେଜି ଛୁଇଁଛି ୬୦, ଟ୍ୱିନ୍‌ ସିଟି ଗୋଦାମରେ ଆଳୁ ସଙ୍କଟ..

ଭୁବନେଶ୍ୱର : ଚିନ୍ତା ବଢାଉଛି ଆଳୁ ଦର । ସମାଧାନ ହୋଇ ପାରୁନି ଆଳୁ ସମସ୍ୟା । ଟ୍ୱିନ୍‌ ସିଟି ଠାରୁ ଆରମ୍ଭ କରି ପୁଣି ସାରା ରାଜ୍ୟରେ ଚଢା ଦରରେ ଆଳୁ ବିକ୍ରି ହେଉଛି । ଆଳୁ କେଜି ଛୁଇଁଛି ୬୦ । କଟକ ଛତ୍ରବଜାର, ଭୁବନେଶ୍ୱର ଆଇଗିଣିଆ ଗୋଦାମରେ ଦେଖାଦେଇଛି ଆଳୁ ସଙ୍କଟ । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିପାରୁନଥିବାରୁ ଘନଉଛି ଆଳୁ ନିଆଁ । ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନଥିବାରୁ ବଜାରରେ ଆଳୁ ଅଭାବ ଦେଖାଦେଇଛି । କଟକ, ଭୁବନେଶ୍ୱରରେ ଆଳୁ କେଜି ଦିନକରେ ୨୦ରୁ ୨୫ ଟଙ୍କା ବଢିଛି । ବଜାରରୁ ଆଳୁ ପୁଣି ଉଭାନ ହେଉଥିବା ବେଳେ ବ୍ୟବସାୟୀ ପୁଣି ମନ ଇଚ୍ଛା ଦର କଷିବା ଆଶଙ୍କା ବଢିଛି । କଟକରେ ଆଳୁ କେଜି ୫୦ ଟଙ୍କାରେ ପହଞ୍ଚିଛି । ସେହିପରି ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମରେ ଆଳୁ ନାହିଁ ।

କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟି ନେଲେ ୧୮ ଭରି ସୁନାରୁପା ଅଳଙ୍କାର

- Advertisement -

ସୂଚନାନୁଯାୟୀ, ରାଜ୍ୟରେ ଆଳୁର ଅଭାବ ଦୂର କରିବା ଲାଗି ରାଜ୍ୟ ସରକାର ପଞ୍ଜାବରୁ ଆଳୁ ଆଣିବାକୁ ଯୋଜନା କରିଛନ୍ତି। ରାଜ୍ୟରେ ଆଳୁର ଆବଶ୍ୟକତା ମେଣ୍ଟାଇବା ପାଇଁ ବର୍ତ୍ତମାନ ଉତ୍ତର ପ୍ରଦେଶରୁ ଆଳୁ ଅଣାଯାଉଛି। ଦରକାର ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପୂର୍ବରୁ ପଶ୍ଚିମବଙ୍ଗ ଆଳୁ ଉପରେ ଓଡ଼ିଶା ନିର୍ଭର କରୁଥିଲା। ହେଲେ ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରିଦେବା ପରେ ରାଜ୍ୟରେ ଆଳୁ ଦର ୬୦ ଟଙ୍କା ଛୁଇଁଥିଲା, ଯାହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଘୋଷଣା କରିଥିଲେ।

ଭିଡିଓରେ ଦେଖନ୍ତୁ ମର୍ମନ୍ତୁଦ ଦୁର୍ଘଟଣା ; ଦ୍ରୁତ ଗତି ପାଇଁ..

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories