www.samajalive.in
Saturday, December 6, 2025
16.1 C
Bhubaneswar

ପୁରୀରେ ହିରୋସୀମା ଦିବସ ପାଳିତ

ପୁରୀ: ପୁରୀରେ ହିରୋସୀମା ଦିବସ ପାଳିତ ହୋଇଛି। ସମାଜସେବୀ ହେକ୍ଟର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜ୍ୟୋତିର୍ବିତ ଅନାମ ଚନ୍ଦ୍ର ସାହୁ କାର୍ଯକ୍ରମ ପରିଚାଳନା କରିଥିଲେ।  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାସ, କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଅତୁଲ କୁମାର ନନ୍ଦ, ଜିଲା ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ ଶଙ୍କର ପରିଡ଼ା, ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ ଅଜିତ କୁମାର ମହାପାତ୍ର ସେଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ସେମାନେ କହିଥିଲେ ଶାନ୍ତି ସବୁଠାରୁ ବଡ ଅସ୍ତ୍ର। ଯୁଦ୍ଧ ବିନାଶ କରେ, ଶାନ୍ତି ଜୀବନ ରକ୍ଷା କରେ। ଅହିଂସା ଆଜିର ଦିନରେ ସବୁଠାରୁ ବଡ଼ ଆବଶ୍ୟକତା। ହିରୋସୀମା ଏବଂ ନାଗାସାକୀ ରେ ଘଟିଥିବା ନରସଂହାର ସମଗ୍ର ବିଶ୍ୱପାଇଁ ଏକ କଳଙ୍କିତ ଅଧ୍ୟାୟ। ପରମାଣୁ ଅସ୍ତ୍ର ପ୍ରସ୍ତୁତିରେ ବିଭିନ୍ନ ଦେଶ ଯେତିକି ବିପୁଳ ଅର୍ଥ ବ୍ୟୟ କରାଯାଉଛି ତାହା ବିକାଶ ତଥା ଜନ କଲ୍ୟାଣ ଦିଗରେ ଖର୍ଚ୍ଚ କରାାଉଥିଲେ କରାଯିବାକୁ ପରାମର୍ଶ ଦେଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories