www.samajalive.in
Sunday, December 7, 2025
14.1 C
Bhubaneswar

ଶ୍ରୀଜୀଉଙ୍କ ନୀତି ୩ ଘଣ୍ଟା ବିଳମ୍ବ, ଭକ୍ତ ହନ୍ତସନ୍ତ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ନୀତି ବିଳମ୍ବ ହୋଇଥିବା ସୂଚନା ମିଳିଛି। ସୂର୍ଯ୍ୟପୂଜା ୮ଟା ୨୫ରେ ହୋଇଥିବାବେଳେ ଦ୍ଵାରାପାଳ ପୂଜା ପାଇଁ ୩ ଘଣ୍ଟା ବିଳମ୍ବ ହୋଇଛି। ୧୧ଟା ୨୫ରେ ଦ୍ଵାରାପାଳ ପୂଜା ସମ୍ପନ୍ନ ହୋଇଥିଲା। ତେବେ ପୂଜାପଣ୍ଡା ଓ ବିମାନବଡୁ ସେବକଙ୍କ ମଧ୍ୟରେ ବିବାଦ ଯୋଗୁ ନୀତିକାନ୍ତି ବିଳମ୍ବ ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ ଶ୍ରାବଣ ମାସ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିବାବେଳେ ବିଳମ୍ବ ଓ ଦର୍ଶନ ବନ୍ଦ ଯୋଗୁ ଭକ୍ତ ଗୁଳୁଗୁଳିରେ ହନ୍ତସନ୍ତ ହୋଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ବିଶୃଙ୍ଖଳିତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଭକ୍ତ।

ସୂଚନା ଅନୁସାରେ, ଜୟ ବିଜୟ ଦ୍ଵାର ନିକଟକୁ ଜଣେ ବିମାନ ବଡୁ ଚାଲିଯିବାରୁ ମହାସ୍ନାନ ପାଇଁ ଜିଦ୍‌ ଧରିଥିଲେ ପୂଜାପଣ୍ଡା। ଏହାକୁ ନେଇ ବିବାଦ ହୋଇଥିଲା। ଦିନ ୮ଟା ୨୫ରୁ ୧୧ଟା ୨୫ ଯାଏଁ ଅଟକି ରହିଥିଲା ଠାକୁରଙ୍କ ନୀତିକାନ୍ତି। ଆଲୋଚନା ପରେ ବିବାଦର ସମାଧାନ ହୋଇଥିଲା। ତିନି ଘଣ୍ଟା ବିଳମ୍ବରେ ଦ୍ଵାରପାଳ ପୂଜା ଏବଂ ଗୋପାଳ ବଲ୍ଲଭ ନୀତି ସମ୍ପନ୍ନ ହୋଇଥିଲା।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories