www.samajalive.in
Saturday, December 13, 2025
23.1 C
Bhubaneswar

କଳାପଥରରେ ଵିଭାହିତା ମହିଳାଙ୍କୁ ଯୋତୁକ ନିର୍ଯାତନା ଅଭିଯୋଗ,

କଳାପଥର(ବାଙ୍କୀ ):ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଳାପଥର ଗ୍ରାମର ମୁସଲିମ ସମ୍ପ୍ରଦାୟ ର ଜଣେ ମହିଳା ଯୌତୁକ ନିର୍ଯାତନା ନେଇ ଥାନାରେ ଅଭିଯୋଗ କରିଛନ୍ତି। ସାହିନ ବେଗମ ନାମ୍ନୀ ଜଣେ ମହିଳା କଳାପଥର ଗ୍ରାମର ଆବାଷ ଖାଁକୁ ୨୦୨୨ମସିହାରେ ମୁସଲିମ ଧର୍ମ ଅନୁସାରେ ବିବାହ କରିଥିଲେ।ବିବାହ ସମୟରେ ଶଶୁର ଘର ପରିବାର ପକ୍ଷରୁ କରାଯାଇଥିବା ଦାବୀ ମୁତାବକ ୫ଲକ୍ଷ ଟଙ୍କା ସହିତ ୧୦ଭରିରୁ ଉର୍ଦ୍ଧ ଅଳଂକାର ଓ ସମସ୍ତ ଆସବାପତ୍ରମାନ ଉପହାର ଦିଆଯାଇଥିଲା।
ବିବାହର ଏକ ବର୍ଷ ପରେ ସ୍ବାମୀ ଓ ତାର ଶାଶୁ, ଶଶୁର, ନଣନ୍ଦ, ମାଉସୀ ଶାଶୁଓ ଦିଅର ମିଶି ସାହୀନ ବେଗମକୁ ଶାରୀରିକ ମାନସିକ ଯନ୍ତ୍ରଣା  ଦେଇଥିଲେ। ଏହାପରେ ଭଦ୍ର ବ୍ୟକ୍ତିମାନେ ବସି ପାରିବାରିକ ସମସ୍ୟାର ସମାଧାନ କରିଥିଲେ। କିନ୍ତୁ କୌଣସି ନିଷ୍ପତ୍ତିକୁ ନ ମାନି ସାହୀନକୁ ତଲାକ ଦେବାପାଇଁ (ଛାଡ଼ପତ୍ର)ଦେବାପାଇଁ ନିଷ୍ପତ୍ତି କରିଥିବା ନେଇ ବୈଦ୍ୟେଶ୍ୱର ଥାନାରେ ଏତଲା ଦାୟର କରିଥିଲେ। ଏହି ଏତଲା କୁ ଭିତ୍ତିକରି ବୈଦ୍ୟେଶ୍ୱର ଥାନା ଅଧିକାରୀ ଏତଲା ନଂ 128/2024 ପଞ୍ଜିକୃତ କରି ଭାରତୀୟ ନ୍ୟାୟ ସଂହିତା ଧାରା 85,115(2),351(2),3(5),ଓ ଯୋତୁକ ନିର୍ଯାତନା 4ଅନୁସାରେ ପଞ୍ଜିକୃତ କରି ଘଟଣା ର ତଦନ୍ତ ଚାଲୁ ରଖିଛନ୍ତି.ବିବାହ ର ଏକ ବର୍ଷ ଶାଶୁ ଘର ପରିବାର ସାଙ୍ଗରେ ଭଲରେ ଚଳୁଥିଲେ।
ଗର୍ଭବତୀ ହେଲା ପରେ ମାର ଧର କରିବାରୁ ବାପଘରକୁ ଚାଲି ଆସିଥିଲେ। ଗତ ଜୁଲାଇ ୨୦୨୩ ମସିହାରେ ଏକ କନ୍ୟା ସନ୍ତାନ ଜନ୍ମ  ଦେଇଥିଲେ।  ଏହାପରେ ବାପଘରୁ ଏକଲକ୍ଷ ନଗଦ ଟଙ୍କା ସହିତ ୧୦ଭରି ସୁନା ବାପାଙ୍କ ବ୍ୟବସାୟ ଜ୍ୱାଇଁ ନାମରେ କରିବାକୁ ପୁନର୍ବାର ଦାବିକରି ଆଣିଲେ ଶାଶୁ ଘର ଆସିବୁ ବୋଲି କହିବା ସହ ପୁଅକୁ ଅନ୍ୟତ୍ର ବିବାହ କରିଦେବୁ ବୋଲି ଧମକ ଦେଇଥିଲେ। ଝିଅ ବାପାଙ୍କ ଆର୍ଥିକ ଓ ସୁନା ଯୌତୁକ ଦେବାର ସାମର୍ଥ୍ୟ ନାହିଁ। ତେଣୁ ଆଇନଗତ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories