www.samajalive.in
Saturday, December 6, 2025
17.1 C
Bhubaneswar

ପ୍ରେସ କ୍ଳବର ଚତୁର୍ଥ ବାର୍ଷିକ ଉତ୍ସବ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ହୋଟେଲ ରୋୟାଲ ଟୁଲୀପ ଠାରେ ପ୍ରେସ କ୍ଳବର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ଭାବେ ଏନଏସି ନଗରପାଳ ବରିୟାମ ସିଂ ସାଲୁଜା, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଶୀ, ପ୍ରେସ କ୍ଳବ ସଭାପତି ପ୍ରଭିଜିତ ସିଂ ସାଲୁଜା, କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ, କୋଷଧକ୍ଷ କମଳ ଜିତ ସିଂ ମାଖିଜା ପ୍ରମୁଖ ମଂଚାସୀନ ଥିଲେ। ପ୍ରେସ କ୍ଳବର ଜନମଙ୍ଗଳ କାମ ପାଇଁ ଅତିଥିମାନେ  ପ୍ରଶଂସା କରିଥିଲେ।
ଏହି ଅବସରରେ କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ସ୍ୱାସ୍ଥ୍ୟ କ୍ଷେତ୍ରରେ ରାୟପୁର ଏମଏମଆଇ ନାରାୟଣା ରାୟପୁର ହସ୍ପିଟାଲ, କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନା ଅବସରପ୍ରାପ୍ତ କର୍ମଚାରୀ କିଶୋର ଚନ୍ଦ୍ର ପଣ୍ଡା, ଏସସିଡ଼ି ଆଇ ହସ୍ପିଟାଲ ଟିଟିଲାଗଡ଼, ଶିକ୍ଷା କ୍ଷେତ୍ରରେ ବ୍ରଜେଶ ମିତ୍ତଳ, କ୍ରୀଡା କ୍ଷେତ୍ରରେ ରାଜଗୋପାଳ ଭୋଇ, ସଂଗୀତ କ୍ଷେତ୍ରରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ରୁକୁ ସୁନାଙ୍କୁ ସମ୍ମାନିତ କରାଯାଇଥିଲା। ୨୦୨୩-୨୪ ବର୍ଷରେ ପ୍ରେସ କ୍ଳବ କରିଥିବା ବିଭିନ୍ନ ଜନମଙ୍ଗଳ କାମକୁ ମନେ ରଖିବା ପାଇଁ ସ୍ମରଣିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଗଲା। ଏହି କାର୍ଯ୍ୟକ୍ରମକୁ ପ୍ରେସ କ୍ଳବ ଆଇନପରାମର୍ଶ ଦାତା ବିବେକ ଶର୍ମା ଉପସଭାପତି ମନୋଜ ଶର୍ମା ମଞ୍ଚ ପରିଚାଳନା କରିଥିଲେ।
ଏହି ଉତ୍ସବରେ ପ୍ରେସ କ୍ଳବ ଉପସଭାପତି ସୁବ୍ରତ ମହାକୁଡ଼, ଅଫିସ ସମ୍ପାଦକ ବିସିକେଶନ ମାଝୀ, ପରାମର୍ଶଦାତା ଆଶିଷ ଖଇତାନ, ଦୁର୍ଗାପ୍ରସାଦ ଗୁପ୍ତା, ଆନନ୍ଦ ମୋଟେ , ଅଶୋକ ଖମାରୀ, ସଦସ୍ୟ ଅମିତ ଶର୍ମା, କମଳ ଅଗ୍ରୱାଲ, ସୁଶାନ୍ତ ବେହେରା, ଜଗମୋହନ ତାଣ୍ଡି, ଗଣେଶ ଦାସ, ବିକାଶ ଶର୍ମା, ଅନିଲ ତ୍ରିପାଠୀ, ଦିନେଶ ଜୈନ, ଦୀପକ ପାଣିଗ୍ରାହୀ, ଶଙ୍କର ମାଝୀ, ଶୈଳେନ୍ଦ୍ର ଜୈନ, ଦେବେଶ ସିଂଘଳ ସହ ମୁରିବାହାଲ ସାମ୍ବାଦିକ ସଂଘ, ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ, କଣ୍ଟାବାଞ୍ଜି ସାମ୍ବାଦିକ ସଂଘ, ଜିଲା ୱେବ ସାମ୍ବାଦିକ ସଂଘ ସହ ସହରର ମାନ୍ୟଗଣ୍ୟ ବକ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories