www.samajalive.in
Friday, December 5, 2025
20.1 C
Bhubaneswar

କୋର୍ଟରେ ହତ୍ୟାକାଣ୍ଡ, ଆଇଆରଏସ ଜ୍ବାଇଁଙ୍କୁ ଗୁଳି କଲେ ନିଲମ୍ବିତ ଏଆଇଜି

ସମାଜ ଡିଜିଟାଲ ଡେସ୍କ: ଚଣ୍ଡୀଗଡ଼ ଜିଲା କୋର୍ଟରେ ଶନିବାର ହତ୍ୟାକାଣ୍ଡ ଘଟିଛି। ଏକ ଘରୋଇ ବିବାଦର ସମାଧାନ ସମୟରେ ଜଣେ ନିଲମ୍ବିତ ଏଆଇଜି ତାଙ୍କ ଆଇଆରଏସ(ଭାରତୀୟ ରାଜସ୍ଵ ସେବା) ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଏବେ ଆଲୋଡ଼ନ ସୃଷ୍ଟି କରିଛି।

ଦୁଇ ପରିବାର ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଲାଗି ରହିଥିଲା। ଏହାର ସମାଧାନ ଲାଗି ଦୁଇ ପରିବାର ଚଣ୍ଡୀଗଡ଼ର ପରିବାର ଅଦାଲତକୁ ଆସିଥିଲେ। ଆଲୋଚନା ଚାଲିଥିବା ବେଳେ ଅଭିଯୁକ୍ତ ନିଲମ୍ବିତ ଏଆଇଜି ମଳବିନ୍ଦର ସିଂହ ସିଦ୍ଧୁ ବାଥରୁମ ଯିବାକୁ କହିଥିଲେ। ଏହା ପରେ ତାଙ୍କ ଜ୍ବାଇଁ ତାଙ୍କୁ ବାଥରୁମ ଯିବାକୁ ରାସ୍ତା ଦେଖାଇଦେବା ଲାଗି କହି ବାହାରକୁ ଆସିଥିଲେ। ଦୁଇ ଜଣ ଯାକ ବାହାରକୁ ଆସିବା ପରେ ମଲବିନ୍ଦର ନିଜ ବନ୍ଧୁକରୁ ତାଙ୍କ ଜ୍ବାଇଁଙ୍କୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ସେଥିରୁ ୨ଟି ଗୁଳି ଜ୍ବାଇଁଙ୍କ ଦେହରେ ବାଜିଥିଲା। ଗୁଳି ଶବ୍ଦ ଶୁଣି କୋର୍ଟରେ ଭୟର ବାତାବରଣ ଖେଳି ଯାଇଥିଲା। ସେଠାରେ ଉପସ୍ଥିତ କିଛି ଓକିଲ ଅଭିଯୁକ୍ତ ମଲବିନ୍ଦରଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ଗୁଳିମାଡ଼ରେ ଆହତ ଜ୍ବାଇଁଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories