www.samajalive.in
Friday, December 12, 2025
23.1 C
Bhubaneswar

କୁବେର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବାଲେଶ୍ଵର : ଭିଜିଲାନ୍ସ ଜାଲରେ ବାଲେଶ୍ଵର ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ। ଶୁକ୍ରବାର ଭୋର୍ ସମୟରେ ଭିଜିଲାନ୍ସର ଏକ ୯ ଜଣିଆ ଟିମ୍ ପ୍ରଧାନଙ୍କ ବାଲେଶ୍ଵର ସହର ଆଇଟିଆଇ ଛକରେ ଥିବା କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢ଼ାଉ କରିଛି। ସେହିପରି ବିଭାଗ ପକ୍ଷରୁ ଜଳେଶ୍ଵର ବଡ଼ବଜାରର ସ୍ଥିତ ତାଙ୍କ ପୈତୃକ ବାସଭବନ , ଗୋଟିଏ ନୂତନ ନିର୍ମାଣ ଚଳୁଥିବା ଏକ ମହଲ କୋଠାଘର , ବଡ଼ବଜାରର ସ୍ଥିତ ମାର୍କେଟ କମ୍ପ୍ଲେକ୍ସ ଓ ଘର , ବାଲିଆପାଳ ମହିସାମୁଣ୍ଡା ଥରେ ତାଙ୍କ ଶଶୁର ଘର , ଜଳେଶ୍ଵର ସନ୍ତିଆ ସ୍ଥିତ ତାଙ୍କ ଅନ୍ତରଙ୍ଗ ତଥା ଠିକାଦାର ମୀଟିକ  ସିଂ ଘର ରେ ଏକ ଜଳୁନ ଚଢ଼ାଉ ଜାରି ରହିଛି। ଚଢ଼ାଉରେ  ୨ ଅତିରିକ୍ତ ଏସପି ,୪ ଡି ଏସପି , ୬ ଇନସପେକ୍ଟର ,୭ ଏଏସ ଆଇ ସାମିଲ ଅଛନ୍ତି । ବାଲେଶ୍ଵର ଭିଜିଲାନ୍ସ ଏସପି ନରହରି ନାୟକଙ୍କ ତତ୍ତ୍ଵାବଧାନରେ ଏହି ଚଢ଼ାଉ ଚାଲିଛି। ବାଲେଶ୍ଵର ସରକାରୀ କ୍ୱାର୍ଟରରୁ ବିପୁଳ ଟଙ୍କା  ,  ସୁନା ଗହଣା  ,ବହୁ ଜମିବାଡ଼ି , ବ୍ୟାଙ୍କ୍ ପାସବୁକ ଓ ବୀମା  କାଗଜପତ୍ର ମିଳିଛି। ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଉପରେ ଛାନଭିନ୍ ଜାରି ରହିଛି।    ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏବେ ଅଚଳ ଥିବା ୨ ହଜାର ଟଙ୍କିଆ ବିଡା  ଟଙ୍କା ଏକ ବ୍ୟାଗ୍ ଭିତରେ ଥିବାର ଭିଜିଲାନ୍ସ ଜବତ କରିଛି।

ଡାକ୍ତରଖାନା ପରିସରରୁ ଶିଶୁ ଅପହରଣ ଅଭିଯୋଗ; ୨ ଅଭିଯୁକ୍ତ ଗିରଫ ,ଶିଶୁ ଉଦ୍ଧାର

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories