www.samajalive.in
Saturday, December 13, 2025
26.1 C
Bhubaneswar

ସ୍ନାୟୁଗତ ଭିନ୍ନକ୍ଷମ ରୋଗୀଙ୍କୁ ମିଳୁନି ସରକାରୀ ସହାୟତା

ଧାମରା: ଭଦ୍ରକ ଜିଲ୍ଲା ପ୍ରଶାସନର ଚରମ ଅବହେଳାରୁ ଦୀର୍ଘ ବର୍ଷ ଧରି ସ୍ନାୟୁଗତ ରୋଗରେ ପୀଡିତ ଜଣେ ରୋଗୀଙ୍କୁ ସମସ୍ତ ସରକାରୀ ସୁବିଧାରୁ ବଂଚିତ ହେବାକୁ ପଡ଼ିଛି। ଧାମରା ପଂଚାୟତ ଝାଡକଟା ଗ୍ରାମର ମୁନା ମାଇତି (୧୦) ୨୦୧୫ ମସିହାରେ ଜନ୍ମ ଗ୍ରହଣ କରିବା ଠାରୁ ସ୍ନାୟୁବିକ ରୋଗରେ ପୀଡିତ। ଜନ୍ମରୁ ସେ ଏହି ରୋଗରେ ପୀଡିତ ହୋଇଥିବା ବେଳେ ଦିନକୁ ଦିନ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରେ ଜଡିତ ହୋଇ ପଡୁଥିବାରୁ ଏପରିକି ନିଜ କାର୍ଯ୍ୟ ନିଜେ ମଧ୍ୟ ତୁଲାଇବା କଷ୍ଟକର ହୋଇ ପଡୁଛି। ମୁନାର ବାପା ଜଣେ ଦିନ ମଜୁରିଆ ପର ଘରେ ପାଇଟି ନ କଲେ ନିଜ ଘରେ ଚୁଲି ଜଳିବା ମଧ୍ୟ କଷ୍ଟ। ଏଥିସହ ନିଜ ଘରେ ନିଜର ପରିବାରକୁ ୩ ଓଳି ଖାଦ୍ୟ ଦେବା ମଧ୍ୟ ସମ୍ଭବ ହୋଇପାରୁ ନାହିଁ। ଏପରି ସ୍ଥଳରେ କିପରି ସଂପୃକ୍ତ ପିଲାର ବାପା ନିଜର ପୁଅକୁ ନେଇ ମେଡିକାଲରେ ଚିକିତ୍ସା କରିବା ତାହା ପ୍ରଶ୍ନବାଚୀ ହୋଇ ପଡ଼ିଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ମୁନାକୁ ୨ବର୍ଷ ତଳେ ୪୫% ସ୍ଥାୟୀ ଭିନ୍ନକ୍ଷମ ପ୍ରମାଣ ପତ୍ର ଦିଆଯାଇଛି। ଏହି ପ୍ରମାଣ ପତ୍ରରେ ତାଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା ମିଳିପାରୁ ନାହିଁ। ଦୀର୍ଘ ୨ବର୍ଷ ହେବ ମୁନାର ପରିବାର ଏ ନେଇ ଭଦ୍ରକ ଜିଲ୍ଲାପାଳ, ଚାନ୍ଦବାଲି ବିଡିଓଙ୍କୁ ଦେଖାକରି ସରକାରୀ ସାହାଯ୍ୟ ପାଇଁ ବହୁ ଅନୁନୟ ବିନୟ ହୋଇଥିଲେ ମଧ୍ୟ କୌଣସି ସୁଫଳ ପାଇ ପାରୁନାହାନ୍ତି। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଏହି ଭିନ୍ନକ୍ଷମ ବାଳକଙ୍କୁ ଆବଶ୍ୟକୀୟ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories