www.samajalive.in
Tuesday, December 9, 2025
16.1 C
Bhubaneswar

ଲକ୍ଷାଧିକ ଟଙ୍କାର ଧଳାଜହର ଜବତ ; ୨ ଗିରଫ

ସମ୍ବଲପୁର : ସମ୍ବଲପୁର ଅଞ୍ଚଳରେ ବେଆଇନ ନିଶା କାରବାର ଜୋରସୋରରେ ଚାଲିଥିବାର ବାରମ୍ବାର ଅଭିଯୋଗ ପରେ ପୁର୍ନବାର ଅବକାରୀ ବିଭାଗ ପକ୍ଷରୁ ସକ୍ରିୟତା ପ୍ରଦର୍ଶନ କରାଯାଇଛି। ଏହି କ୍ରମରେ ସମ୍ବଲପୁର ଜିଲା ଅବକାରୀ ସଦର – ୧ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିଗତ କିଛି ଦିନ ହେବ ଅବୈଧ୍ୟ ଧଳାଜହର ବେପାରୀଙ୍କ ଉପରେ ନଜର ରଖାଯାଇଥିଲା। ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ସୁନାପାଲି ଅଞ୍ଚଳରେ ଚଢ଼ଉ କରି ମହମ୍ମଦ ସେହୱାଜ ଓରଫ ମହମ୍ମଦ କାଲୋଙ୍କୁ ଧରାଯାଇଥିଲା। ପଚରାଉଚରା ସମୟରେ ଏହି ବେଆଇନ କାରବାରରେ ସଂଲିପ୍ତ ଅନ୍ୟ ଅଭିଯୁକ୍ତ ପ୍ରକାଶ ଓରାମ ନାମକ ଯୁବକଙ୍କୁ ମଧ୍ୟ ଅବକାରୀ ବିଭାଗ ଧରିଥିଲା । ଉଭୟଙ୍କ ନିକଟରୁ ସମୁଦାୟ ୨୫ ଗ୍ରାମ ଧଳା ଜହର, ଏକ ସ୍କୁଟି ଓ ୩ଟି ମୋବାଇଲ ଫୋନ ଜବତ ହୋଇଛି । ଏଣୁ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଧଳା ଜହର, ସ୍କୁଟି ଓ ମୋବାଇଲ ଫୋନ ଗୁଡିକୁ ଜବତ କରାଯାଇଛି । ଜବତ ହୋଇଥିବା ଧଳା ଜହରର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଦେଖନ୍ତୁ ଭିଡିଓ; ୧୦୨ ମହଲା ବିଶିଷ୍ଟ ଅଟ୍ଟାଳିକା ଉପରେ ଚଢି ଷ୍ଟଣ୍ଟ କଲେ ଯୁବକ,ତା’ପରେ..

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories