www.samajalive.in
Saturday, December 6, 2025
26.1 C
Bhubaneswar

ନିର୍ଦ୍ଧାରିତ ସମୟ ପୁର୍ବରୁ ବିଦ୍ୟାଳୟ ଛୁଟି, ମଧ୍ୟାହ୍ନ ଭୋଜନରେ ବଢୁଛି ଉପସ୍ଥାନ ହାର

ବାସୁଦେବପୁର: ବାସୁଦେବପୁର ବ୍ଲକ ଅଧିନ ଗୋପବନ୍ଧୁନଗର ପଞ୍ଚାୟତର ସାସମଲଘେରୀ ଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିର୍ଦ୍ଧାରିତ ସମୟ ପୁର୍ବରୁ ବିଦ୍ୟାଳୟ ଛୁଟି କରାଯାଇଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୧ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଥିବା ବେଳେ ଆଜି ମାତ୍ର ପନ୍ଦରଜଣ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଥିଲେ। ଜଣେ ଛାତ୍ର ମଧ୍ୟାହ୍ନ ଭୋଜନ ପରେ ଘରକୁ ଚାଲିଯାଇଥିବା ଜାଣିବାକୁ ମିଳିଛି। ଏହି ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷୟତ୍ରୀ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ବ୍ୟାପକ ହେରଫେର କରୁଥିବା ନେଇ କେତେକ ଅଭିଭାବକ ଅଭିଯୋଗ କରିଥିବା ଜଣାପଡିଛି। ସହକାରୀ ଶିକ୍ଷୟତ୍ରୀ ନିର୍ଦ୍ଧାରିତ ସମୟ ପୁର୍ବରୁ ବିଦ୍ୟାଳୟ ଛୁଟି କରିବାକୁ କହିଥିଲେ ବୋଲି ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମାଣିକବାଳା ମଲ୍ଲିକ କହିଛନ୍ତି।

ସେହିପରି ଆଜି ୩୦ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଥିବା ପ୍ରଧାନଶିକ୍ଷୟତ୍ରୀ ଜଣାଇଛନ୍ତି। ତେବେ ବିଦ୍ୟାଳୟ ଛୁଟି ହେବାର ନିର୍ଦ୍ଧାରିତ ସମୟ ପୁର୍ବରୁ ପ୍ରଧାନଶିୟତ୍ରୀ ଓ ସହକାରୀ ଶିକ୍ଷୟତ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ବିଦ୍ୟାଳୟରୁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଅକୁର ବାରିକ କହିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories