www.samajalive.in
Friday, December 12, 2025
16.1 C
Bhubaneswar

ଆଇଏଏସ ଚନ୍ଦ୍ରକଳାଙ୍କ ଘରେ ସିବିଆଇ ଚଢାଉ:୧ବର୍ଷରେ ବଢିଛି ୯୦ ପ୍ରତିଶତ ସମ୍ପତ୍ତି

ହମୀରପୁର: ବାଲି ବେଆଇନ ଖନନକୁ ନେଇ ଚାଲିଥିବା ତଦନ୍ତରେ ସିବିଆଇ ଶନିବାର ଉତ୍ତରପ୍ରଦେଶର ୧୨ଟି ସ୍ଥାନ ଉପରେ ଚଢାଉ କରିଛି। ଏହି ମାମଲାରେ ଆଇଏଏସ ଅଧିକାରୀ ବି. ଚନ୍ଦ୍ରକଳାଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ବାସଭବନ ଉପରେ ଚଢାଉ କରାଯାଇଛି। ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ନିର୍ଦେଶକ୍ରମେ ସିବିଆଇକୁ ଏହି ମାମଲାର ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଚନ୍ଦ୍ରକଳାଙ୍କ ଘର ଯୋଜନା ଭବନ ସନ୍ନିକଟ ସଫାୟର ଆଣ୍ଡ ଭିଲାରେ ରହିଛି। ସମ୍ପ୍ରତି ଚନ୍ଦ୍ରକଳା ଡେପୁଟେସନରେ ଅଛନ୍ତି। ଚନ୍ଦ୍ରକଳା ଭ୍ରଷ୍ଟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ନେଇ ବେଶ୍‍ ଲୋକପ୍ରିୟତା ହାସଲ କରିଛନ୍ତି। ସୋସିଆଲ ମିଡିଆରେ ଚନ୍ଦ୍ରକଳାଙ୍କ ଅନୁଗାମୀଙ୍କ ସଂଖ୍ୟା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କଠାରୁ ଅଧିକ ଥିବା ପରିଲକ୍ଷିତ ହୋଇଛି।ସିବିଆଇର ଚଢାଉ ଉତ୍ତରପ୍ରଦେଶର ଜାଲୋନ, ହାମୀରପୁର, ଲକ୍ଷେ୍ନø ସମେତ ଏକାଧିକ ଜିଲାରେ ଏକକାଳୀନ ଚାଲିଛି। ଦିଲ୍ଲୀର କେତେକ ସ୍ଥାନରେ ମଧ୍ୟ ଏହି ମାମଲାରେ ଚଢାଉ ହେଉଛି।
ଚନ୍ଦ୍ରକଳାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଦୁର୍ନୀତି ଅଭିଯୋଗ ହୋଇଥିଲା। ୨୦୧୭ରେ ବି ଚନ୍ଦ୍ରକଳା ତାଙ୍କ ସମ୍ପତ୍ତି ତାଲିକା ପ୍ରଦାନ କରିବାରେ ବିଫଳ ହୋଇଥିଲେ। ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ୨୦୧୪ଆର୍ଥିକ ବର୍ଷ ପାଇଁ ୧୫ଜାନୁୟାରୀ ୨୦୧୫ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ପ୍ରଦାନ କରିବାକୁ ନିୟମ କରାଯାଇ ଥିଲା। ଇତିମଧ୍ୟରେ ୪ ବର୍ଷ ବିତି ଯାଇଥିଲେ ମଧ୍ୟ କିଛି ଅଧିକାରୀ ସେମାନଙ୍କ ସମ୍ପତ୍ତି ତାଲିକା ପ୍ରଦାନ କରିବାରେ ବିଫଳ ହୋଇଥିଲେ। ସେମାନଙ୍କ ମଧ୍ୟରେ ଚନ୍ଦ୍ରକଳାଙ୍କ ନାମ ମଧ୍ୟ ତାଲିକାରେ ଥିଲା।
ଚନ୍ଦ୍ରକଳାଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟାନୁଯାୟୀ, ୨୦୧୧-୧୨ଆର୍ଥିକ ବର୍ଷରେ ତାଙ୍କ ସମ୍ପତ୍ତି କେବଳ ୧୦ଲକ୍ଷ ଟଙ୍କା ଥିଲା। ୨୦୧୩-୧୪ ଆର୍ଥିକ ବର୍ଷରେ ତାହା ବୃଦ୍ଧି ପାଇ ୧କୋଟିରେ ପହଞ୍ଚିଥିଲା। ଅର୍ଥାତ ୧ ବର୍ଷରେ ଚନ୍ଦ୍ରକଳାଙ୍କ ସମ୍ପତ୍ତି ୯୦ପ୍ରତିଶତ ବୃଦ୍ଧି ପାଇଥିଲା।
୨୦୧୧-୧୨ରେ ଚନ୍ଦ୍ରକଳା ତାଙ୍କ ଗହଣା ବିକ୍ରି କରି ଓ ଦରମା ଟଙ୍କାରେ ଆନ୍ଧ୍ରପ୍ରଦେଶର ଉପ୍ପଲରେ ୧୦ଲକ୍ଷ ଟଙ୍କାରେ ଏକ ଜମି କିଣିଥିଲେ। ଏବେ ଚନ୍ଦ୍ରକଳାଙ୍କ ପାଖରେ ଲକ୍ଷେ୍ନøର ସରୋଜିନି ନାଇଡ଼ୁ ମାର୍ଗରେ ତାଙ୍କ ଝିଅ କିର୍ତ୍ତର୍ି ଚନ୍ଦ୍ରକଳାଙ୍କ ନାମରେ ୫୫ଲକ୍ଷ ଟଙ୍କାର ଜମି ରହିଛି। ଅବଶ୍ୟ ଏହି ଜମି ତାଙ୍କ ଶାଶୂ ଶ୍ୱଶୁର ତାଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିବା ଚନ୍ଦ୍ରକାଳା ଦାବି କରିଛନ୍ତି। ଆନ୍ଧ୍ରପ୍ରଦେଶର ଅନୁପନଗରଠାରେ ୩୦ଲକ୍ଷ ବିନିମୟରେ ସେ ଏକ କୋଠା କିଣିଛନ୍ତି। ଏହି କୋଠାରୁ ବର୍ଷକୁ ୧.୫ଲକ୍ଷ ଟଙ୍କା ଭଡ଼ା ସୂତ୍ରରୁ ମିଳୁଥିବା ସେ ଦର୍ଶାଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories