www.samajalive.in
Saturday, December 6, 2025
23.1 C
Bhubaneswar

ମହିଳାଙ୍କ ପାଇଁ କାହିଁକି ଜରୁରୀ ଏସବୁ ଭିଟାମିନ୍‌

ସମାଜ ଡିଜିଟାଲ ଡେସ୍କ: ବୟସ ହିସାବରେ ମହିଳାଙ୍କ ଲାଗି ଭିନ୍ନ ଭିନ୍ନ ଭିଟାମିନର ଆବଶ୍ୟକତା ରହିଥାଏ । ଏହାସହିତ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ଅଧିକ ପୋଷଣର ଆବଶ୍ୟକତା ଥାଏ । ଏକ ସୁସ୍ଥ ଡାଏଟରେ ସମସ୍ତ ପ୍ରକାର ପୋଷଣ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମହିଳାଙ୍କ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ହେଉଥିବାରୁ ସେମାନେ ସୁସ୍ଥ ରହିବା ପାଇଁ ଏକ ସ୍ୱତନ୍ତ୍ର ଭିଟାମିନର ଆବଶ୍ୟକତା ରହିଛି । ଏହି ଭିଟାମିନକୁ ସଠିକ୍‌ ମାତ୍ରାରେ ଖାଇଲେ ମହିଳାଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ହାଡ ମଜବୁତ ହୋଇଥାଏ । ଆସନ୍ତୁ ଜାଣିବା ମହିଳାଙ୍କ ଲାଗି କେଉଁ ସବୁ ଭିଟାମିନ୍‌ ଜରୁରୀ ।
ଭିଟାମିନ୍‌-ବି ୧୨: 
ସ୍ନାୟୁପ୍ରଣାଳୀରେ ସଠିକ୍‌ କାର୍ଯ୍ୟ ଏବଂ ଲୋହିତ ରକ୍ତ କଣିକା ଗଠନ ପାଇଁ ଭିଟାମିନ୍‌ ବି ୧୨ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରରେ ଏହାର ଅଭାବ ହେତୁ ଥକାପଣ, ଦୁର୍ବଳତା ଓ ରକ୍ତହୀନତା ଭଳି ସମସ୍ୟା ଦେଖା ଦେଇଥାଏ । ଗର୍ଭାବସ୍ଥାରେ ମହିଳାମାନଙ୍କୁ ଅଧିକ ଭିଟାମିନ୍‌ ବି ୧୨ର ଆବଶ୍ୟକତା ରହିଛି । ମାଂସ, ମାଛ, ଅଣ୍ଡା ଏବଂ ଦୁଗ୍ଧ ଜାତ ଖାଦ୍ୟରୁ ଏହି ଭିଟାମିନ ମିଳିଥାଏ ।
ଭିଟାମିନ୍‌ ଡି : 
ଭିଟାମିନ୍‌ ଡି ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ । ବିଶେଷ କରି ମେନୋପାଞ୍ଜ ସମୟରେ ହରମୋନ ପରିବର୍ତ୍ତନ ହେବା ଯୋଗୁ ହାଡ ଦୁର୍ବଳ ହୋଇଥାଏ । ଯାହା ଅଷ୍ଟିଓପୋରୋସିସ୍‌ ଭଳି ସମସ୍ୟାର ଆଶଙ୍କା ବଢାଇଥାଏ । ଭିଟାମିନ୍‌ ଡି ର ଅଭାବ ହାଡକୁ ଦୁର୍ବଳ କରିପାରେ । ଭିଟାମିନ୍‌ ଡି ର ଅଭାବ ପାଇଁ ସକାଳର ପହିଲି ସୂର୍ଯ୍ୟକିରଣରେ ବାହାରେ ବୁଲିବା ସହ ମାଛ ତେଲ ଏବଂ କ୍ଷୀରକୁ ଖାଦ୍ୟରେ ସାମିଲ କରନ୍ତୁ ।
ଭିଟାମିନ୍‌ କେ : 
ପୁରୁଷଙ୍କ ତୁଳନାରେ ମହିଳାଙ୍କର ହୃଦଘାତ ଓ ଅନ୍ୟାନ୍ୟ ହୃଦ ରୋଗରେ ଅଧିକ ମୃତ୍ୟୁ ହୋଇଥାଏ । ଭିଟାମିନ୍‌ କେ ହୃଦ ରୋଗର ଆଶଙ୍କାକୁ କମ୍‌ କରିଥାଏ ଏବଂ ସୁସ୍ଥ ରଖିଥାଏ । ଏଥିପାଇଁ ପ୍ରତ୍ୟେକ ମହିଳା ନିଜ ଖାଦ୍ୟରେ ଭିଟାମିନ୍‌ କେ କୁ ସାମିଲ କରିବା ନିହାତି ଆବଶ୍ୟକ । ଭିଟାମିନ୍‌ କେ ପାଇଁ ଆପଣ ସବୁଜ ପନିପରିବା ଖାଇପାରିବେ । ଯେପରିକି ପାଳଙ୍ଗ, ବ୍ରୋକଲି, କୋବି । ମାଛ,ମାଂସ ଏବଂ ଅଣ୍ଡାରେ ମଧ୍ୟ ଭିଟାମିନ୍‌ କେ ରହିଥାଏ ।
କ୍ୟାଲସିୟମ : 
ଉହିଳାଙ୍କ ପାଇଁ କ୍ୟାଲସିୟମ ଅତ୍ୟନ୍ତ ଆବଶ୍ୟକ । ବିଶେଷ କରି ଗର୍ଭାବସ୍ଥାରେ ଏହା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହା ଅଷ୍ଟିଓପୋରୋସିସ୍‌ ଭଳି ରୋଗରୁ ଆପଣଙ୍କୁ ରକ୍ଷା କରିଥାଏ । ଗର୍ଭାବସ୍ଥାରେ କ୍ୟାଲସିୟମ ଗର୍ଭସ୍ଥ ଶିଶୁର ହାଡର ବିକାଶ ପାଇଁ ମଧ୍ୟ ଆବଶ୍ୟକ ହୋଇଥାଏ । କ୍ଷୀର, ଦହି, ପନିର ଏବଂ ସବୁଜ ପନିପରିବା ଖାଇବା ଦ୍ୱାରା ଆମ ଶରୀରକୁ କ୍ୟାଲସିୟମ ମିଳିଥାଏ ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories