www.samajalive.in
Friday, December 12, 2025
15.1 C
Bhubaneswar

ଆଧ୍ୟାତ୍ମିକତା ସହିତ ବ୍ୟାପାରରେ ସଫଳତା ସମ୍ପର୍କିିତ ଆଲୋଚନାଚକ୍ର

କେନ୍ଦୁଝରଗଡ଼ :ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ଶାଖା ପକ୍ଷରୁ ଆଧ୍ୟାତ୍ମିକତା ସହିତ ବ୍ୟାପାରର ସଫଳତା ଶୀର୍ଷକ ଏକ ଆଲୋଚନାଚକ୍ର ସୋମବାର ସନ୍ଧ୍ୟାରେ କେନ୍ଦୁଝର ସେବାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାରାଷ୍ଟ୍ର କୋହ୍ଲାପୁରର ବିଶିଷ୍ଟ ପ୍ରେରକବକ୍ତା ରାଜଯୋଗିନୀ ବ୍ରହ୍ମାକୁମାରୀ ଡ. ରଶ୍ମୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ବ୍ୟବସାୟରେ ସଫଳତା ପାଇବା ପାଇଁ ହେଲେ ସନ୍ତୁଷ୍ଟି ରହିବାର ଆବଶ୍ୟକତା ଓ ୪ଟି ସ୍ତମ୍ଭ ଉପରେ ଆଲୋଚନା କରି ଆଧ୍‌‌ୟାତ୍ମିକତାର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ।

ପୁନେରୁ ଆସିଥିବା ରାଜଯୋଗିନୀ ବ୍ରହ୍ମାକୁମାରୀ ଭାଗ୍ୟଶ୍ରୀ ରାଜଯୋଗର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିବା ସହିତ ରାଜଯୋଗର ଅତି ସହଜ ଅଭ୍ୟାସ କରାଇଥିଲେ। କଟକରୁ ଆସିଥିବା ରାଜଯୋଗିନୀ ବ୍ରହ୍ମାକୁମାରୀ ଗୀତାଞ୍ଜଳୀ ‘କର୍ମର ଗହନ ଗତି’ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। କେନ୍ଦୁଝର ବନଖଣ୍ଡ ଅଧିକାରୀ ଧଦରାଜ ଏଚ.ଡି ମୁଖ୍ୟବକ୍ତା ଭାବେ ଯୋଗଦେଇ ନିୟମିତ ରାଜଯୋଗର ଅଭ୍ୟାସ ଦ୍ୱାରା ହାଲୁକା ଅନୁଭବ କରିବା ସହିତ ଆତ୍ମାରୂପୀ ବ୍ୟାଟେରୀକୁ କିଭଳି ଚାର୍ଜ କରିହେବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

- Advertisement -

କେନ୍ଦୁଝର ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳକୃଷ୍ଣ ଦାସ ଓ ବ୍ୟାଙ୍କ ଅଫ୍‌‌ ଇଣ୍ଡିଆର ଏଲଡିଏମ୍‌‌ ରବି ନାରାୟଣ ମହାଳିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ୟବସାୟ ତଥା ବ୍ୟକ୍ତିଗତ ଜୀବନରେ ସଫଳତା ପାଇବାକୁ ହେଲେ ଆଧ୍ୟାତ୍ମିକତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ କେନ୍ଦୁଝର ଶାଖା ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ବିନ୍ଦୁ ଅତିଥି ପରିଚୟ ଓ ସ୍ୱାଗତଭାଷଣ ପ୍ରଦାନ ଅବସରରେ ଏହି ଆଲୋଚନାଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ ମତ ପ୍ରଦାନ କରିଥିଲେ। ମୁକୁନା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ବ୍ରହ୍ମାକୁମାରୀ ଜୟନ୍ତୀ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ରହ୍ମାକୁମାର କୁଳମଣୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଆଲୋଚନାଚକ୍ର ଆରମ୍ଭ ପୂବ;ରୁ ଅପରାହ୍ନ ୪ଟାରେ ମା’ତାରିଣୀ ନର୍ସିଂ ମହାବିଦ୍ୟାଳୟରେ ‘ ଏକାଗ୍ରତା ଓ ସେବାଭାବ ‘ ସମ୍ପର୍କରେ ଏକ ପ୍ରେରଣାଦାୟୀ ଆଲୋଚନା ଅନୁଷ୍ଠିତ ହୋଇଥିଲା। ମହାରାଷ୍ଟ୍ର ପୁନେରୁ ଆସିଥିବା ବ୍ରହ୍ମାକୁମାରୀ ଭାଗ୍ୟଶ୍ରୀ ଏହି ଅବସରରେ ନିଜର ବକ୍ତବ୍ୟ ରଖିଥିଲେ। କଟକରୁ ଆସିଥିବା ବ୍ରହ୍ମାକୁମାରୀ ଗୀତାଞ୍ଜଳୀ ଓ ବ୍ରହ୍ମାକୁମାରୀ ପ୍ରତିଭା ଆଲୋଚନାରେ ଅଂଶଗ୍ରହଣ କରି ଛାତ୍ରୀମାନଙ୍କୁ ଏକାଗ୍ରତା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତ ସ୍ୱାଗତଭାଷଣ ସହ ଅତିଥି ପରିଚୟ ପ୍ରଦାନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories