www.samajalive.in
Monday, December 8, 2025
27.1 C
Bhubaneswar

ଅନୁସୂଚିତ ଜନ ଜାତି ଲୋକପ୍ରତିନିଧିଙ୍କ ଦକ୍ଷତା ବିକାଶ ପାଇଁ ତାଲିମ ଶିବିର

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ୯ ଟି ଗ୍ରାମପଞ୍ଚାୟତ ର  ନିର୍ବାଚିତ ଅନୁସୂଚିତ ଜନଜାତି ଲୋକ ପ୍ରତିନିଧିଙ୍କ ଦିନିକିଆ ତାଲିମ କର୍ମଶାଳା ୩୦ ତାରିଖରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ସଭା ଗୃହରେ ଆୟୋଜିତ ଏହି ତାଲିମ ଶିବିରରେ ଏସଟି ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଦସ୍ୟ ସଦସ୍ୟା ଏବଂ ୱାର୍ଡ ସଭ୍ୟ ସଭ୍ୟା ଯୋଗଦେଇ  ତାଲିମ ଗ୍ରହଣ କରିଥିଲେ।

ତାଲିମ ଶିବିରରେ ବିଡ଼ିଓ ସ୍ଵପ୍ନେଶ୍ଵର ବେହେରା, ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ ମହାନ୍ତ, ସହକାରୀ କୃଷି ଅଧିକାରୀ ବାରିଆଳ କିସ୍କୁ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଶାନ୍ତ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତାଲିମଦାତା ଭାବେ ରଞ୍ଜିତ ପଣ୍ଡା ଯୋଗଦେଇ ତାଲିମ ପ୍ରଦାନ କରିଥିଲେ , ବେଳେ ବ୍ଲକର  ଉପସ୍ଥିତ ରହି କର୍ମଚାରୀ ସହଯୋଗ କରିଥିଲେ।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories