www.samajalive.in
Sunday, December 14, 2025
26.1 C
Bhubaneswar

ଚାତକ ଭଳି ଚାହିଁ ବସିଛନ୍ତି ଅଭିଭାବକ, କେବେ ଖୋଲିବ ଏକଲବ୍ୟ ବିଦ୍ୟାଳୟ ?

ଜି.ଉଦୟଗିରି : ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଜି.ଉଦୟଗିରି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଶିକ୍ଷାର ବ୍ୟବସ୍ଥା ନଥିବାରୁ ଅଭିଭାବକମାନେ ପିଲାଙ୍କୁ ନେଇ ବାହାର ଜିଲ୍ଲାରେ ପାଠ ପଢାଇବାକୁ ବାଧ୍ୟ ହେଉଛନ୍ତି। ଫଳରେ ଅଭିଭାବକ ମାନେ ଖର୍ଚ୍ଚାନ୍ତ ହେବା ସହ ସେ ଦିନର ଜୀବିକା ମଧ୍ୟ ହରାନ୍ତି। ଏହାକୁ ଢାଲ କରି ସରକାରୀ ଚାକିରିଆ ମଧ୍ୟ ଏଠାକୁ ବଦଳି ହୋଇ ଆସିବାକୁ ଅନିଛା ପ୍ରକାଶ କରୁଥିବା ଚର୍ଚ୍ଚା ହେଉଛି। ଏସବୁକୁ ଦୃଷ୍ଟିରେ ରଖି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ୨୦୨୩ ମସିହା ମେ ୩୦ ତାରିଖ ଦିନ ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ କୁର୍ମିଙ୍ଗିଆ ନିକଟରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିଥିଲେ ତତ୍କାଳୀନ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ । ଏହା କେତେ ଶୀଘ୍ର ଖୋଲାଯିବ ତାକୁ ନେଇ କଳ୍ପନଜଳ୍ପନା ଲାଗି ରହିଛି। କେତେ ଶୀଘ୍ର ଏହା ଖୋଲା ଯାଉଛି ତାହା ଦେଖିବା ବାକି ରହିଲା।

ଶିକ୍ଷୟିତ୍ରୀଙ୍କ ସୁନାଚେନ୍‍ ଝାମ୍ପିନେଲେ ଲୁଟିଆ

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories