www.samajalive.in
Saturday, December 6, 2025
16.1 C
Bhubaneswar

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାଙ୍କୁ ପରାମର୍ଶ ଦେଲେ ଚୀନ ରାଷ୍ଟ୍ରପତି

ବେଜିଂ: ଚୀନ୍‍ ସେନା ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଚୀନ୍‍ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ଚୀନ ସେନାବାହିନୀ ସେମାନଙ୍କ ସାମର୍ଥ୍ୟକୁ ସମ୍ପୂର୍ଣ୍ଣ ଉପଯୋଗ କରିବା ଉପରେ ଚୀନ୍‍ ଜିନ୍‍ପିଙ୍ଗ ଗୁରୁତ୍ୱାରୋପ କରିଛନ୍ତି।
ଶୁକ୍ରବାର ଦିନ ଚୀନ୍‍ ସେନାର ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ବେଳେ ଜିନ୍‍ପିଙ୍ଗ କହିଛନ୍ତି ଯେ ବିଶ୍ୱରେ ଏବେ ଦେଖାଦେଇଥିବା ପରିବର୍ତ୍ତନ ବିଗତ ୧୦୦ ବର୍ଷ ମଧ୍ୟରେ ଦେଖାଦେଇନଥିଲା। ପରିବର୍ତ୍ତିତ ଆହ୍ୱାନ ଓ ଯୁଦ୍ଧର ମୁକାବିଲା ଲାଗି ଚୀନ୍‍ ସେନା ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ବୁଧବାର ଦିନ ଜିନ୍‍ପିଙ୍ଗ କହିଥିଲେ ଯେ ଚୀନର ସ୍ୱାଧୀନତା ଓ ସାର୍ବଭୌମକୁ ସୁରକ୍ଷା ଦେବା ପାଇଁ ଚୀନ ତାର ସମସ୍ତ ଶକ୍ତି ଉପଯୋଗ କରିବାର ଅଧିକାର ରହିଛି। ତାଇୱାନର ସୁରକ୍ଷା ପାଇଁ ଆମେରିକାକୁ ଅଧିକାର ପ୍ରଦାନ କରିବା ଲାଗି ଉଦ୍ଦିଷ୍ଟ ‘ଏସିଆ ରିଆସ୍ୟୁରାନ୍ସ ଇନିସିଏଟିଭ୍‍ ଆକ୍ଟ’କୁ ଆଇନ୍‍ରେ ପରିଣତ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱାକ୍ଷର କରିବା ପରେ ଚୀନ୍‍ ରାଷ୍ଟ୍ରପତି ଉପରୋକ୍ତ ମତ ଦେଇଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories