www.samajalive.in
Saturday, December 6, 2025
26.1 C
Bhubaneswar

କାଦୁଅରେ ଫସିଥିବା ଅସୁସ୍ଥ ଛୁଆ ହାତୀ ଉଦ୍ଧାର

ଆଠଗଡ/ତିଗିରିଆ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ ତିଗିରିଆ ବିଟ ଅଞ୍ଚଳର ସୁଦର୍ଶନପୁର ଗ୍ରାମ ନିକଟରେ ମଙ୍ଗଳବାର କାଦୁଅରେ ପଡି ଛଟପଟ ହେଉଥିବା ଏକ ଅସୁସ୍ଥ ଛୁଆ ହାତୀକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି । ତିଗିରିଆର ନିଜିଗଡ ଅଞ୍ଚଳର ସୋରିଶପାଳ ସଂରକ୍ଷିତ ଜଙ୍ଗଲରେ ମାଆ ହାତୀ ତାର ଛୁଆକୁ ଛାଡି ଚାଲିଯାଇଥିଲା। ଏହି ଛୁଆ ହାତୀ ଗତ କିଛିଦିନ ହେବ ହରିଡାପଶି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକୁଟିଆ ବୁଲାବୁଲି କରୁଥିବାବେଳେ ବନ କର୍ମଚାରୀ ନିୟମିତ ତାର ଗତିପଥ ଉପରେ ନଜର ରଖୁଥିଲେ । ହାତୀଟିର ବୟସ ଦୁଇରୁ ଅଢେଇ ବର୍ଷ ହେବ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ ।

ଗତ ଦୁଇତିନି ହେବ ହାତୀଟି ଅସୁସ୍ଥ ଥିବା ଏବଂ  ବାରମ୍ବାର ଜଙ୍ଗଲରୁ ଜନବସତି ମୁହାଁ ହେଉଥିବା ଦେଖାଯାଉଥିଲା । ମଙ୍ଗଳବାର ସକାଳୁ ପାଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ସୁଦର୍ଶନପୁର ଗ୍ରାମ ନିକଟସ୍ଥ ସରକାରୀ ଯାଗାରେ ଥିବା ଏକ ସାଗୁଆନ ବଗିଚା ମଧ୍ୟରେ କାଦୁଅ ସ୍ଥାନରେ ଛୁଆ ହାତୀଟି ପଡି ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକ ବନବିଭାଗକୁ ସୂଚନା ଦେଇଥିଲେ । ବର୍ଷା ଯୋଗୁଁ ଚିକିଟା ମାଟି ଅତ୍ୟଧିକ କାଦୁଆ ହୋଇଥିବାରୁ ଅସୁସ୍ଥ ହାତୀଟି ସେଠାରୁ  ଉଠି ନପାରି ପଡିରହିଥିଲା । ଏ ସମ୍ପର୍କରେ ତିଗିରିଆ ବନପାଳ ପ୍ରଶାନ୍ତ ପରିଡା ଡିଏଫଓ ଓ ରେଞ୍ଜରଙ୍କୁ ସୂଚନା ଦେବା ସହ ଅନ୍ୟ ବନ କର୍ମଚାରୀଙ୍କ ସହିତ ହାତୀଟିକୁ ଜଗି ରହିଥିଲେ ।

- Advertisement -

ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତିଙ୍କ ନିର୍ଦେଶ କ୍ରମେ ଏସିଏଫ ମନୋଜ କୁମାର ପାତ୍ର ଓ ରେଞ୍ଜର ରବୀନ୍ଦ୍ର କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀଙ୍କ ସହାୟତାରେ ହାତୀଟିକୁ କାଦୁଅରୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସକ୍ଷମ ହୋଇନଥିଲେ । ଡିଏଫଓ ଡାକ୍ତର ପତିଙ୍କ ଅନୁରୋଧ କ୍ରମେ କପିଳାସରୁ ଡାକ୍ତର ଓ ଉଦ୍ଧାରକାରୀ ଦଳ ଆସି ୨ ଘଣ୍ଟା କାଳ ଉଦ୍ୟମ କରି କାଦୁଅ ମଧ୍ୟରୁ ହାତୀକୁ ଉଦ୍ଧାର କରି ଠିଆ କରାଇଥିଲେ । ହାତୀଟିର କୃମି ଓ ପେଟଜନିତ ରୋଗ ଥିବା ଜାଣିପାରି ଭୁବନେଶ୍ବର ଓୟୁଏଟିର ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ଅନୁଯାଇ କପିଳାସରୁ ଆସିଥିବା ଡାକ୍ତରୀଦଳ ଚିକିତ୍ସା କରିଛନ୍ତି । ହାତୀଟିକୁ ଦୁଇ ତିନିଦିନ ସେହି ସାଗୁଆନ ବଗିଚା ମଧ୍ୟରେ ରଖାଯାଇ ଖାଇବା ପିଇବା ସହିତ ଔଷଧପତ୍ର ଦେଇ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ବନ କର୍ମଚାରୀ ଉକ୍ତ ସ୍ଥାନରେ ରହି ଅସୁସ୍ଥ ହାତୀ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories