www.samajalive.in
Friday, December 5, 2025
20.1 C
Bhubaneswar

ଜୀବନରେ ବୃହସ୍ପତିଙ୍କ ପ୍ରଭାବ

ଜ୍ୟୋତିଷଶାସ୍ତ୍ରରେ ଗ୍ରହମାନଙ୍କର ବିଶେଷ ମହତ୍ତ୍ବ ରହିଛି। ବୃହସ୍ପତିଙ୍କୁ ଜୀବନରେ ଆସୁଥିବା ସୁଖର କାରଣ କୁହାଯାଇଛି। ଜନ୍ମ ଜାତକରେ ବୃହସ୍ପତିଙ୍କ ସ୍ଥିତି ଖରାପ ଥିଲେ ବ୍ୟକ୍ତିଙ୍କ ଜୀବନରେ ଅନେକ ପ୍ରଭାବ ପଡିଥାଏ। ଏହାସହ ବ୍ୟକ୍ତି ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ। ଏପରି କ୍ଷେତ୍ରରେ ପ୍ରତିଦିନ ଅଶ୍ବତ୍ଥ ବୃକ୍ଷକୁ ପୂଜା କରିବା ପାଇଁ କୁହାଯାଇଛି। ପ୍ରତିଦିନ ପ୍ରାତଃ ସମୟରେ ଉଠି ନିଜର ଦୁଇ ପାଦ ଏକାସହ ଭୂମିରେ​‌ ରଖିବାକୁ ମଧ୍ୟ କୁହାଯାଇଛି। ଏହାସହ ନିଜେ ବ୍ୟବହାର କରୁଥିବା ତକିଆ ଓ ଚାଦରକୁ ମଧ୍ୟ ସଠିକ ରୂପେ ରଖିବାକୁ କୁହାଯାଇଛି। ଏପରି କରିବା ଦ୍ବାରା ଜନ୍ମ ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜଭୂତ ହୋଇଥାଏ ବୋଲି ମାନ୍ୟତା ରହିଛି।

ଜାତକରେ ବୃହସ୍ପତିଙ୍କ ସ୍ଥିତି ଖରାପ ହେବା ଦ୍ବାରା ସ୍ବାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ। ବ୍ୟକ୍ତି କିଛି ରୋଗର ଶିକାର ହୋଇଥାଆନ୍ତି। କୁହାଯାଇଛି ଯେ, ତାଙ୍କ ସ୍ଥିତି ଖରାପ ଥିଲେ ନିଜ ଖାଦ୍ୟ ଉପରେ ଇଚ୍ଛାକୁ ନିୟନ୍ତ୍ରଣ କରିପାରି ନଥାଆନ୍ତି। ଏହାଦ୍ବାରା ବ୍ୟକ୍ତି ଅଧିକ ମୋଟା ହୋଇଯାଆନ୍ତି। ଏପରି ସ୍ଥିତିରୁ ବର୍ତ୍ତିବା ପାଇଁ ପ୍ରତିଦିନ ମଥାରେ କେସରର ତିଲକ ଲଗାଇବା ପାଇଁ କୁହାଯାଇଛି। ଏହାସହ ଗୁରୁବାର ଦିନ ନିଜର ଗୁରୁଙ୍କୁ ସୁନାର କିଛି ବସ୍ତୁ ଉପହାର ଦିଅନ୍ତୁ। ଏପରି କରିବା​‌ ଦ୍ବାରା ବ୍ୟକ୍ତିଙ୍କୁ ଅନେକ ଲାଭ ମିଳିଥାଏ।

- Advertisement -

ଜାତକରେ ବୃହସ୍ପତିଙ୍କ ସ୍ଥିତି ଭଲ କରିବା ପାଇଁ ପ୍ରତିଦିନ ସକାଳୁ ଉଠି ଗୁରୁଜନଙ୍କ ପାଦ ସ୍ପର୍ଶ କରନ୍ତୁ। ଏପରି କରିବା ଦ୍ବାରା ଜାତକରେ ବୃହସ୍ପତିଙ୍କ ସ୍ଥିତି ଭଲ ରହିଥାଏ ବୋଲି କୁହାଯାଇଛି। ଏହାଦ୍ବାରା ପରିବାର ମଧ୍ୟରେ ସମ୍ପର୍କ ଭଲ ରହିଥାଏ। ସର୍ବଦା ନିଜ ଗୁରୁଙ୍କର ଆଦର ଓ ସମ୍ମାନ କରିବା ଉଚିତ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories