ମୁମ୍ବାଇ : ବଲିଉଡର ସଞ୍ଜୁ ବାବା ବା ସଞ୍ଜୟ ଦତ୍ତ ୨୯ ଜୁଲାଇରେ ନିଜ ୬୫ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ସଞ୍ଜୁ ବାବା ନିଜକୁ ଏକ ଖାସ୍ ଉପହାର ଦେଇଛନ୍ତି । ସଞ୍ଜୟ ଦତ୍ତ ଜନ୍ମଦିନରେ ଏକ ନୂଆ ରେଞ୍ଜ ରୋଭର ସହିତ ନଜର ଆସିଛନ୍ତି । ସାମାଜିକ ଗଣମାଧ୍ୟମରେ ଏହି ଗାଡିର ଭିଡିଓ ଭାଇରାଲ ହେଉଛି । ସଞ୍ଜୟ ନିଜ ପରିବାର ସହିତ ଏହି ଖାସ୍ ଦିନକୁ ସେଲିବ୍ରେଟ୍ କରିଛନ୍ତି ।
View this post on Instagram
ସଞ୍ଜୟ ଏକ କଳା ରଙ୍ଗର ରେଞ୍ଜ ରୋଭର କିଣିଛନ୍ତି । ନିଜ ଗାଡିରୁ ଓହ୍ଲାଇ ସେ ନିଜ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇ ଚାଲିଯାଉଛନ୍ତି । ଭିଡିଓଟି ଇନଷ୍ଟାଗ୍ରାମରେ ଘୁରିବୁଲୁଛି । ଫ୍ୟାନ୍ସଙ୍କ ଶୁଭେଚ୍ଛା ମଧ୍ୟରେ ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ ମଧ୍ୟ ପତିଙ୍କୁ ଖାସ୍ ଅନ୍ଦାଜରେ ଶୁଭକାମନା ଦେଇଛନ୍ତି । ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଉଭୟ ଏକ ପୁରୁଣା ଫଟୋରେ ବହୁତ ସୁନ୍ଦର ନଜର ଆସୁଛନ୍ତି ।



