www.samajalive.in
Sunday, December 14, 2025
26.1 C
Bhubaneswar

ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ଦ୍ଵିତୀୟ ପଦକ; ଇତିହାସ ରଚିଲେ ମନୁ ଭାକର

ସମାଜ ଡିଜିଟାଲ ଡେସ୍କ: ପ୍ୟାରିସ୍ ଅଲିମ୍ପିକ୍ସର ଚତୁର୍ଥ ଦିନରେ ଭାରତକୁ ମିଳିଛି ଦ୍ଵିତୀୟ ପଦକ। ମଙ୍ଗଳବାର ସୁଟିଂରେ ଭାରତରକୁ ମିଳିଛି ଆଉ ଏକ କାଂସ୍ୟ ପଦକ। ମନୁ ଭାକର-ସରବଜୋତ ସିଂହଙ୍କ ଯୋଡ଼ି ଆଣିଛନ୍ତି ଏହି ପଦକ। ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ଉଭୟ ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି। ଏଥିସହ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ପ୍ରଥମ ଭାରତୀୟ ପାଲଟିଛନ୍ତି ମନୁ ଭାକର। ଏହାପୂର୍ବରୁ ପ୍ୟାରିସ୍‌ ଅଲିମ୍ପିକ୍ସର ଦ୍ବିତୀୟ ଦିନରେ ମହିଳା ୧୦ ମିଟର ଏୟାର ପିସ୍ତଲ୍‌ରେ କାଂସ୍ୟ ପଦକ ଜିତି ଭାରତକୁ ଚଳିତ ସଂସ୍କରଣର ପ୍ରଥମ ପଦକ ଭେଟି ଦେଇଥିଲେ ମନୁ। ଏଥିସହ ପ୍ରଥମ ଭାରତୀୟ ମହିଳା ଭାବେ ସେ ସୁଟିଂରେ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। ସୁଟିଂରେ ଦୀର୍ଘ ୧୨ ବର୍ଷ ଭାରତକୁ ଦୁଇ ଦୁଇଟି ପଦକ ଭେଟି ଦେଇଛନ୍ତି ମନୁ ଭାକର। ଅପରପକ୍ଷେ, ସରବଜୋତ ସିଂହଙ୍କର ଏହା ହେଉଛି ପ୍ରଥମ ଅଲିମ୍ପିକ୍ସ ପଦକ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories