www.samajalive.in
Saturday, December 6, 2025
19.1 C
Bhubaneswar

କୃଷି ବିଭାଗର ଚଞ୍ଚକତା; ଜିଲ୍ଲା ବାହାର ଲୋକଙ୍କୁ ସାର ଲାଇସେନ୍ସ

ପାଟଣା: କୃଷି ଓ କୃଷକଙ୍କ ପାଇଁ ଅତ୍ୟାବଶ୍ୟକ ହୋଇଛି ସାର ଓ କୀଟନାଶକ ଔଷଧ। ଜିଲ୍ଲାରେ ପର୍ଯ୍ୟାପ୍ତ ଲାଇସେନ୍ସପ୍ରାପ୍ତ ଦୋକାନ ନଥିବାରୁ ଲୁଚା ଛପାରେ ମଧ୍ୟ କେତେକ ଏହି ବେପାର କରୁଛନ୍ତି। ଏପରି କ୍ଷେତ୍ରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଇ-ଲାଇସେନ୍ସ ପୋର୍ଟାଲ କିନ୍ତୁ ଭିନ୍ନ ତଥ୍ୟ ଦେଉଛି। ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ମଲିପଶି ବଜାର ଅଞ୍ଚଳରେ ଜୟ ମା ଦୁର୍ଗା ଟ୍ରେଡର୍ସ ନାମରେ ଏକ ସାର ହୋଲ ସେଲିଂ ଦୋକାନ ୨୦୨୩ ମଇ ୨୯ ତାରିଖରୁ ଖୋଲିଥିବା ତଥ୍ୟ ଭିନ୍ନ କହୁଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରି ଅଞ୍ଚଳର ଗଙ୍ଗାଧର ସାହୁଙ୍କୁ କୃଷିବିଭାଗ ଏହି ଲାଇସେନ୍ସ ପ୍ରଦାନ କରିଛି। ତେବେ ଚଞ୍ଚକତାପୂର୍ଣ୍ଣ ଉପାୟରେ ଏହି ଲାଇସେନ୍ସ ପ୍ରଦାନ କାହା ସ୍ୱାର୍ଥରେ ତାହା ଜିଲ୍ଲା ପ୍ରଶାସନ ତଦନ୍ତ କରିବା ଜରୁରୀ ହୋଇଛି।

ବାସ୍ତବରେ ମଲିପଶି ଗ୍ରାମ ନାମରେ ଲାଇସେନ୍ସ ଥିବାବେଳେ ସେଥିପାଇଁ ଜମିବାଡି ସଂକ୍ରାନ୍ତୀୟ ଭୁଲ ତଥ୍ୟ ଥିଲେ ମଧ୍ୟ କୃଷି ବିଭାଗ ଏହାକୁ ସଂପୂର୍ଣ୍ଣ ଅଣଦେଖା କରିଛି। କେବଳ କାନ୍ଥରେ ସାଇନ୍ ବୋର୍ଡ ଲେଖା ଦେଖି ପାଟଣା ଅଞ୍ଚଳର କୃଷକ ଖୁସି ହେଉଥିବେ କି ଅପେକ୍ଷାରେ ଥିବେ ଏହା ଜିଲ୍ଲା କୃଷି ବିଭାଗକୁ ଜଣା, ମାତ୍ର ଜଣେ ବାହାର ଜିଲ୍ଲାର ବ୍ୟକ୍ତିଙ୍କୁ ଭୁଲ୍ ତଥ୍ୟ ଆଧାରରେ ସାର ପାଇଁ ହୋଲ ସେଲିଂ ଲାଇସେନ୍ସ ଦେବା ପଛରେ ଅଞ୍ଚଳବାସୀଙ୍କର କି ଲାଭ ରହିଲା ଓ ଲାଇସେନ୍ସ ଦେଇଥିବା ବ୍ୟକ୍ତି କିଏ ତାହା ତଦନ୍ତ କରାଯାଇ ତାଙ୍କ ବିରୋଧରେ ଆଇନଗତ କାର‌୍ୟ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories