www.samajalive.in
Friday, December 5, 2025
17.1 C
Bhubaneswar

ରୋଗୀ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ କରି ୨ ସୁରକ୍ଷାକର୍ମୀ ଗିରଫ

ବୁର୍ଲା: ବୁର୍ଲା ଭିମସାରରେ ସ୍ଥାଣୁ ପରିଚାଳନା ବ୍ୟବସ୍ଥା ଯୋଗୁ ଡାକ୍ତରଖାନାରେ ବିଶୃଙ୍ଖଳା ବୃଦ୍ଧି ପାଇଛି। ଏହାର ଫଳାଫଳ ସ୍ୱରୂପ ସମସ୍ୟା ଭୋଗୁଛନ୍ତି ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ। ଉଦ୍ଧତ ସୂରକ୍ଷା କର୍ମୀମାନେ କେତେବେଳେ ଡାକ୍ତରୀ ଛାତ୍ରୀଙ୍କୁ ଆକ୍ରମଣ କରୁଛନ୍ତି ତ କେତେବେଳେ ରୋଗୀ ସମ୍ପର୍କୀୟଙ୍କୁ । ରୋଗୀ ସମ୍ପର୍କୀୟମାନେ ନିଜ ରୋଗୀର ଚିକିତ୍ସା ମାଗଣାରେ କରାଇବା ଆଶା ନେଇ ଭିମସାରକୁ ଆସୁଥିବା ବେଳେ ଏହି ସୁରକ୍ଷା କର୍ମୀଙ୍କ ଆକ୍ରୋଶ ଏବଂ ମରଣାନ୍ତକ ଆକ୍ରମଣର ଶିକାର ହେଉଛନ୍ତି। ଗୁରୁବାର ଆଞ୍ଚଳିକ ରୋଗ ନିରୂପଣ ବିଭାଗରେ ଜଣେ ରୋଗୀ ସମ୍ପର୍କୀୟ ଅନ୍ତର୍ଯ୍ୟାମୀ ପାଢ଼ୀଙ୍କୁ ପ୍ରବଳ ମାଡ଼ ମାରିଥିଲେ ସୁରକ୍ଷା କର୍ମୀମାନେ। ପୁଲିସ ୨ ଜଣ ଆକ୍ରମଣକାରୀ ସୁରକ୍ଷାକର୍ମୀ ଶିବବ୍ରତ ବିଶ୍ଵାଳ ଏବଂ ବନମାଳୀ ନନ୍ଦଙ୍କ ବିରୋଧରେ ମାମଲା ରୁଜୁ କରି ଉଭୟ ସୁରକ୍ଷାକର୍ମୀଙ୍କୁ କୋର୍ଟ ଚାଲାଣ କରିଥିବା ବୁର୍ଲା ଏସଡିପିଓ ଅମ୍ବିତ ମହାନ୍ତି ସୂଚନା ଦେଇଛନ୍ତି।

ଅନ୍ୟପଟେ ବିନା କୌଣସି ପୁଲିସ ଯାଞ୍ଚ କରାଯାଇ ଗୁଣବତ୍ତା ପରୀକ୍ଷା ନ କରି କପରି ଏଭଳି ସୁରକ୍ଷାକର୍ମୀଙ୍କୁ ନିଯୁକ୍ତ କରାଯାଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୀର୍ଘବର୍ଷ ଧରି ଗୋଟିଏ ସୁରକ୍ଷା ସଂସ୍ଥାକୁ ଡାକ୍ତରଖାନାର ସୁରକ୍ଷା ଦାୟିତ୍ଵ ଦିଆଯାଇଥିବାରୁ ସଂସ୍ଥାର କର୍ମଚାରୀମାନେ ମନମାନି କରି ବିଶୃଙ୍ଖଳା ସୃଷ୍ଟି କରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଏହି ସଂସ୍ଥାଟି ୨୦୧୧ ମସିହାରୁ ଆଜି ପର୍ଯ୍ୟନ୍ତ କିପରି ନିୟୋଜିତ ରହିଛି ତା’ର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଅନେକ ଅନିୟମିତତା ଉପରୁ ପରଦା ଉଠିପାରିବ ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories