www.samajalive.in
Friday, December 5, 2025
26.1 C
Bhubaneswar

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମୁକାବିଲା

ନୂଆଦିଲ୍ଲୀ : ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମୁକାବିଲା। ଶ୍ରୀଲଙ୍କା ପଲ୍ଲେକେଲରେ ଉଭୟ ଦଳ ମୁହାଁମୁହିଁ ହେବେ । ୩ଟି ଟି-୨୦ ସହ ଓ୍ବାନ୍ ଡେ ମ୍ୟାଚ୍ ଖେଳିବ ଭାରତ। ଭାରତ ନୂତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଖେଳିବାବେଳେ ଶ୍ରୀଲଙ୍କା ଚାରିର୍ଥ ଆଶାଲାଙ୍କା ଓ ସନତ ଜୟସୂରିଆଙ୍କ ପ୍ରଶିକ୍ଷଣରେ ଖେଳିବ। ଟି୨୦ ବିଶ୍ବକପ -୨୦୨୪ ଟାଇଟଲ ଜିତିବା ପରେ ଶୁବମାନ ଗିଲ୍‌ଙ୍କ ନେତୃତ୍ବରେ ଭାରତ ଜିମ୍ବାୱେ ବିପକ୍ଷ ଟି୨୦ ଶୃଙ୍ଖଳାକୁ ୪-୧ରେ ଜିତିଥିଲା। ଏବେ ନୂଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଶ୍ରୀଲଙ୍କା ବିପକ୍ଷରେ ଟି୨୦ ଶୃଙ୍ଖଳା ଖେଳିବାକୁ ଯାଉଛି। ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜାଙ୍କ ଅନ୍ତର୍ଜାତୀୟ ଟି୨୦ରୁ ଅବସର ପରେ ଭାରତୀୟ ଦଳ ଦ୍ବିତୀୟ ଥର ବିଦେଶରେ ଶୃଙ୍ଖଳା ଖେଳିବାକୁ ଯାଉଛି। ଯାହା ଯୁବ ଖେଳାଳିମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଦଳ ପ୍ରଥମ ଥର ପାଇଁ ଏକ ଶୃଙ୍ଖଳା ଖେଳିବାକୁ ଯାଉଛି। ଦଳ ବ୍ୟାଟିଂ କ୍ରମରେ ୫ଜଣ ସ୍ପେଶାଲିଷ୍ଟ ବ୍ୟାଟ୍‌ସମ୍ୟାନଙ୍କୁ ନେଇ ଖେଳିବା ଆଶା କରାଯାଉଛି। ବ୍ୟାଟ୍‌ସମ୍ୟାନ ଭାବେ ଶୁବମାନ ଗିଲ୍‌, ଯଶସ୍ବୀ ଜୟସୱାଲ ଓପନିଂ କରିବେ। ୱିକେଟ ରକ୍ଷକ ଭା​‌ବେ ଋଷଭ ପନ୍ତ୍‌ ଓ ସଞ୍ଜୁ ସାମସନଙ୍କ ମଧ୍ୟରୁ ଜଣେ ଖେଳିବେ। ପନ୍ତ୍‌ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଟି୨୦ ବିଶ୍ବକପରେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିବା ପନ୍ତ୍‌ ଉକ୍ତ ସ୍ଥାନରେ ବ୍ୟାଟିଂ କରିପାରନ୍ତି। ସୂର୍ଯ୍ୟକୁମାର ଯାଦବ ୪ ନମ୍ବର, ଶିଭମ ଦୁବେ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବାର ଆଶା କରାଯାଉଛି। ଅଲରାଉଣ୍ଡର ଭାବେ ହାର୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ, ସ୍ପିନର ଭାବେ ରବି ବିଷ୍ଣୋୟି ଓ ୱାଶିଂଟନ ସୁନ୍ଦରଙ୍କୁ ସ୍ଥାନ ମିଳିପାରେ। ଦ୍ରୁତ ବୋଲିଂ କ୍ଷେତ୍ରରେ ମହମ୍ମଦ ସିରାଜ ଓ ଅର୍ଶଦୀପ୍‌ ସିଂହ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ପୂର୍ବରୁ ଦଳ ଜିମ୍ବାୱେ ଗସ୍ତରେ ଟି୨୦ ଶୃଙ୍ଖଳା ଜିତିଥିଲେ ମଧ୍ୟ ଶ୍ରୀଲଙ୍କା ଗସ୍ତ ସହଜ ​‌ହେବ ନାହିଁ। ଗୌତମ ଗମ୍ଭୀର ଓ ସୂର୍ଯ୍ୟକୁମାରଙ୍କ ନୂଆ ରଣନୀତି କିଭଳି ପଡ଼ିଆରେ ପ୍ରତିଫଳିତ ହେଉଛି ତାହା ଦେଖିବାକୁ ବାକି ରହିଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ମଧ୍ୟ ନୂଆ ଅଧିନାୟକ ଓ ନୂତନ ପ୍ରଶିକ୍ଷକରେ ଖେଳିବାକୁ ଯାଉଛି। ନୂତନ ଅଧିନାୟକ ଚାରିର୍ଥ ଆଶାଲାଙ୍କାଙ୍କ ନେତୃତ୍ବରେ ୨୦ ଶୃଙ୍ଖଳା ଖେଳିବାକୁ ଯାଉଛି। ନୂତନ ପ୍ରଶିକ୍ଷକ ସନତ ଜୟସୂରିଆ ରହିଛନ୍ତି। ଦଳର ଦୁଇ ଅଭିଜ୍ଞ ଦ୍ରୁତ ବୋଲର ଦୁଷ୍ମନ୍ତ ଚାମିରା ଓ ନୁୱାନ ତୁଷାରା ଆହତ ହୋଇ ଦଳରୁ ବାଦ୍‌ ପଡ଼ିବା ଶକ୍ତ ଧକ୍କା ଲାଗିଛି। ବ୍ୟାଟିଂ ବିଭାଗରେ ପ୍ରଥୁମ ନିଶାଙ୍କା, କୁଶଳ ମେଣ୍ଡିସ, ଦାସୁନ ସନକା, ଆଭିସ୍କା ଫାର୍ଣ୍ଣାଣ୍ଡୋ, କୁଶଳ ପେରେରା ପ୍ରମୁଖ ରହିଛନ୍ତି। ବୋଲିଂ ବିଭାଗରେ ମହେଶ ତୀକ୍ଷଣା, ଦୁନିତ ୱାଲାଲାଗେ, ମାଥିଆଶ ପାଥିରାଣା, ୱାନିନ୍ଦୁ ହାସରଙ୍ଗା ପ୍ରମୁଖ ରହିଛନ୍ତି। ଦଳ ନିକଟରେ ଏକାଧିକ ଅଲରାଉଣ୍ଡର ରହିଛନ୍ତି। ଜୟସୂରିଆଙ୍କ ଏହା ପ୍ରଥମ ଶୃଙ୍ଖଳା ହୋଇଥିବାରୁ ତାଙ୍କ ପାଇଁ ବଡ଼ ଆହ୍ବାନ ହେବ। ଭାରତ ବିପକ୍ଷ ଶୃଙ୍ଖଳା ଲାଗି ଶ୍ରୀଲଙ୍କା ଆଇପିଏଲ ଦଳ ରାଜସ୍ଥାନ ରୟାଲ୍‌ସର ନିର୍ଦେଶକ ଜୁବିନ ଭରୁଚାଙ୍କ ଦ୍ବାରା ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିଲା। ଯାହା ଦଳକୁ ଭଲ ପ୍ରଦର୍ଶନରେ ସହାୟକ ହେବା ନେଇ ଆଶା କରାଯାଉଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ଟି୨୦ ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଭାରତ ୪ଟି ଓ ଶ୍ରୀଲଙ୍କା ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories