www.samajalive.in
Saturday, December 6, 2025
23.1 C
Bhubaneswar

ହାର୍ଲେ ହେଲା ଶସ୍ତା, ଗ୍ରାହକଙ୍କୁ ରିହାତି ଦେଉଛି କମ୍ପାନୀ

ନୂଆଦିଲ୍ଲୀ : ହାର୍ଲେ ଡେଭିଡସନର ସବୁଠାରୁ କମ୍ ଦାମର ବାଇକ୍ ଏକ୍ସ୪୪୦ରେ ୧୫ ହଜାର ଟଙ୍କାର ରିହାତି ଦିଆଯାଉଛି । ଏହି ରିହାତି ବାଇକର ମିଡ୍ ସ୍ପେକ୍ ଭେରିଏଣ୍ଟରେ ମିଳୁଛି । ଏହି ରିହାତି ସହିତ ମିଡ୍ ସ୍ପେକ୍ ଭେରିଏଣ୍ଟର ଏକ୍ସ ଶୋରୁମ୍ ଦାମ୍ ୨.୪୫ ଲକ୍ଷ ଟଙ୍କା ହୋଇଯାଇଛି । ଗ୍ରାହକଙ୍କୁ ଏହି ଅଫରର ଫାଇଦା ୧୫ ଅଗଷ୍ଟ ପର୍ଯ୍ୟନ୍ତ ମିଳିବ ।

ହାର୍ଲେ ଡେଭିଡସନ୍ ଏକ୍ସ୪୪୦ ଡେନିମ୍ ବେସ୍ ମଡେଲ । ଏହା ମଷ୍ଟର୍ଡ ଡେନିମ୍ କଲର ଥିମ ସହିତ ଆସିଥାଏ । ଏଥିରେ ଅନ୍ୟ ମଡେଲ ତୁଳନାରେ ଏଲଇଡି ହେଡଲାଇଟ୍ ମିଲେ । କିନ୍ତୁ ଏସ୍ ଟ୍ରିମ୍ ଭଳି ଥ୍ରୀଡି ଲୋଗୋ ବଦଳରେ ଫ୍ୟୁଲ ଟ୍ୟାଙ୍କରେ ଷ୍ଟିକର ମିଳିବ ।  ଏହାର ଅନ୍ୟ ଭେରିଏଣ୍ଟ ହେଉଛି ଭିଭିଡ୍ । ଏଥିରେ ଆଲୟ ହ୍ବିଲ୍ ମିଳିବ । ତେବେ ଏଥିରେ ଡାଇମଣ୍ଡ କଟ୍ ଫିନିଶ୍ ନାହିଁ । ଏଥିରେ ୨ଟି କଲର ବିକଳ୍ପ ମିଳିଥାଏ । ଏଥିରେ ସ୍ମାର୍ଟଫୋନ୍ କନେକ୍ଟିଭିଟି ସୁବିଧା ନାହିଁ ।

- Advertisement -

ତେବେ ଏହି ସିରିଜରେ ଏସ୍ ଟପ୍ ସ୍ପେକ୍ ଟ୍ରିମ୍ । ଏଥିରେ ସମସ୍ତ ଫିଚର ମିଳେ । ଏଥିରେ ଅରେଞ୍ଜ ହାଇଲାଇଟ୍ସ ସହିତ ମ୍ୟାଟ୍ ବ୍ଲାକ୍ ପେଣ୍ଟ ସ୍କିମ୍, ସ୍ମାର୍ଟଫୋନ୍ କନେକ୍ଟିଭିଟି ସହିତ ଏକ ଟିଏଫଟି ସ୍କ୍ରିନ୍ ସାମିଲ । ଏହା ଆପଣଙ୍କୁ ନେଭିଗେସନ, ମ୍ୟୁଜିକ୍ କଣ୍ଟ୍ରୋଲ, ଫୋନ୍ ବ୍ୟାଟେରୀ ଷ୍ଟାଟସ, ମେସେଜ୍ ଆଲର୍ଟ ଭଳି ଫିଚର ମିଳେ । ଏଥିରେ ବ୍ରୋଞ୍ଜ-ଫିନିଶ୍ ଇଞ୍ଜିନ୍ କେସିଂ ଓ ଡାଇମଣ୍ଡ କଟ ଫିନିଶ୍ ଆଲୟ ମଧ୍ୟ ମିଳୁଛି ।

ମଝି ଚିଲିକାରେ ୧ଘଣ୍ଟା ଧରି ପଶିଲା ଡଙ୍ଗା

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories