ମଥୁରାରେ ପ୍ଲଟ କିଣିଛନ୍ତି ଭିଜିଲାନ୍ସ ହାତରେ ଧରାପଡ଼ିଥିବା କୁବେର ଯନ୍ତ୍ରୀ, ୮ ଏକର ଜାଗାରେ ରହିଛି ଫାର୍ମ

ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସୁକତେଲ ପ୍ରକଳ୍ପର କୁବେର ଯନ୍ତ୍ରୀ ସୁନିଲ ରାଉତଙ୍କର ଅମାପ ସମ୍ପତ୍ତି ଠାବ ହୋଇଛି। ଧୀରେ ଧୀରେ ଯନ୍ତ୍ରୀଙ୍କ ସମ୍ପତ୍ତିର ଗୁମର ଫିଟିବାରେ ଲାଗିଛି। ରାଜ୍ୟ ବାହାରେ ବି ରହିଛି ଯନ୍ତ୍ରୀଙ୍କ ପ୍ଲଟ। ଉତ୍ତରପ୍ରଦେଶର ମଥୁରାରେ ସୁନିଲ ୨ଟି ପ୍ଲଟ କିଣିଥିବା ଭିଜିଲାନ୍ସ ଟିମ ଖୋଳତାଡ଼ରୁ ଜଣାପଡ଼ିଛି। ସେହିପରି ବିଭିନ୍ନ ବୀମା କମ୍ପାନୀରେ ଯନ୍ତ୍ରୀଙ୍କର ୨ କୋଟି ୨୬ ଲକ୍ଷ ଟଙ୍କାର ଜମା ରହିଛି। ଏହାବ୍ୟତୀତ ଢେଙ୍କାନାଳ ସପ୍ତଶଯ୍ୟାରେ ୮ ଏକର ଫାର୍ମ ହାଉସ ଅଛି। ଫାର୍ମହାଉସରେ ୨ଟି କୋଠା ବି ରହିଛି। ଫାର୍ମ ହାଉସରେ ଗାଈ, ଦେଶୀ କୁକୁଡ଼ା, ବତକ ଫାର୍ମ ହୋଇଛି। ଗତ ଗୁରୁବାର ଚଢ଼ାଉ ସମୟରେ ଯନ୍ତ୍ରୀଙ୍କର ପୁଳା ପୁଳା ସମ୍ପତ୍ତି ଥିବା ସାମ୍ନାକୁ ଆସିଥିଲା। ଭୁବନେଶ୍ଵର, ପୁରୀ, ଢେଙ୍କାନାଳରେ ତାଙ୍କର ୩୪ଟି ପ୍ଲଟ ଥିବା ଜଣାପଡ଼ିଥିଲା। ଏହା ସହିତ ୨ଟି ଟ୍ରକ, ୨ଟି ଚାରି ଚକିଆ ଯାନ, ୪ଟି ବାଇକ ସହିତ ୧୭୮ ଗ୍ରାମ ସୁନା ଅଳଙ୍କାର ମିଳିଥିଲା।

Comments are closed.