www.samajalive.in
Sunday, December 7, 2025
23.1 C
Bhubaneswar

ବୌଦ୍ଧ ମହାନଦୀ ଆଳତି ଘାଟକୁ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ଦେବାକୁ ଦାବୀପତ୍ର

ବୌଦ୍ଧ: ଓଡିଶାର ଜୀବନରେଖା ମହାନଦୀ ବୌଦ୍ଧ ଜିଲାରେ ଏକଶହ ଆଠ କିଲୋମିଟର ପ୍ରବାହିତ। ଶିଳ୍ପ ବିହୀନ ବୌଦ୍ଧଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ପାଇଁ ସମସ୍ତ ସୁବିଧା ରହିଛି। ବୌଦ୍ଧ ସହରକୁ ବନ୍ୟାରୁ ସୁରକ୍ଷା ପାଇଁ ପାଞ୍ଚ କିଲୋମିଟର ରିଙ୍ଗ ରୋଡ ନିର୍ମାଣ ଆବଶ୍ୟକ। ମହାନଦୀ ଜଳକୁ ସ୍ୱଚ୍ଛତା, ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ନଦୀପଠାକୁ ଚାଷ କାର୍ଯ୍ୟରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନା ଅନ୍ତର୍ଭୁକ୍ତ କରାଗଲେ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ବୌଦ୍ଧ ସହରର ଚନ୍ଦ୍ରଚୁଡ ମନ୍ଦିର ନିକଟ ମହାନଦୀ କୂଳରେ ହରିଦ୍ଵାର ଓ ବନାରସରେ ଗଙ୍ଗା ଆଳତି ହେଉଥିବା ବେଳେ ଏଠାରେ ମହାନଦୀ ଆଳତି ଅନୁଷ୍ଠିତ ହେଉଅଛି। ୫୭ ନମ୍ବର ଜାତୀୟ ରାଜପଥ ଠାରୁ ମହାନଦୀ କୂଳେ କୂଳେ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପ୍ରସ୍ତାବିତ ହେରିଟେଜ୍ ରୋଡ ପୂର୍ତ୍ତ ବିଭାଗର ନାଲିଫିତା ତଳେ ପଡି ରହିଛି। ଏଥିରେ ଶହ ଶହ ଜନସାଧାରଣ ଭକ୍ତ ଓ ପର୍ଯ୍ୟଟକ ସାମିଲ ହେଉଛନ୍ତି। ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଆନୁସଙ୍ଗିକ କୌଣସି ବ୍ୟବସ୍ଥା ହୋଇପାରି ନାହିଁ। ଚଳିତ ମାସ ସାଂସଦ ଓ ବିଧାୟକ ମହାନଦୀ ଆଳତି ଘାଟ ପରିଦର୍ଶନ କରି ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରୁଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ଆଳତି ଘାଟ ଉନ୍ନତିକରଣ ପାଇଁ ଗୁରୁତ୍ତ୍ଵ ଦିଆଯାଇଛି। ମହାନଦୀ ଆଳତି କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଜେ ସୋନାଲଙ୍କୁ ସାକ୍ଷାତ କରି ପର୍ଯ୍ୟଟନ କ୍ଷେତ୍ରରେ ସାମିଲ କରିବାକୁ ଆଲୋଚନା କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories