www.samajalive.in
Tuesday, December 9, 2025
19.1 C
Bhubaneswar

ଝାଟି ମାଟି ଘରେ ବିତୁଛି ଜୀବନ, ନାହିଁ ଆବାସ ଘର

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ କୁଳୁଣ୍ଡା ଗ୍ରାମପଞ୍ଚାୟତର ବାଞ୍ଜିପାଲି ଗ୍ରାମର ଭୂମି କଣ୍ଟାରେ ରହୁଥିବା ପାଞ୍ଚ ପରିବାର ପାଖରେ ଆବାସ ଘର ଖଣ୍ଡିଏ ନଥିବାରୁ ଝାଟି ମାଟି ଘରେ ଜୀବନ ବିତୁଛି। ଅଭାବ ଅନାଟନରେ ଚାଲିଛି ସେମାନଙ୍କ ଜୀବନ। ଯେଉଁଠି ପେଟ ପାଇଁ ମୁଠେ ଖାଦ୍ୟ ଯୋଗାଡିବା ମୁସ୍କିଲ ହୋଇଯାଏ, ସେଠି ଘର କରିବା ତାଙ୍କ ପାଇଁ ସତେ ଯେମିତି ଦିବା ସ୍ୱପ୍ନ।ଏଯାବତ୍ ୪ ପିଢ଼ି ଧରି ଛତିଶଗଡ ବାରଡୁଲି, ବଏସେନା, ସରେଇ ପାଲି, ପରସ ପୋଲ, ଭବାନୀପାଟନାରୁ ଆସିଥିବା ହରିଜନ, ଗୌଡ଼ ଆଦି ଜାତିର ଲୋକେ ଏଠି ରହୁଛନ୍ତି। ଦିନ ମଜୁରିଆ ଭାବେ ଯାହା ରୋଜଗାର କରନ୍ତି ସେଇଥିରେ ପରିବାର ଚଳେ। ଝୁମ୍ପୁଡି ଝାଟିମାଟି ଘରେ ଅତ୍ୟନ୍ତ ଦୟନୀୟ ପରିବେଶରେ ରହୁଛନ୍ତି ଏଠିକାର ଲୋକେ। ଏଠି ରହନ୍ତି ସୁଧୀର ସାହୁ, ବୟସ ୭୦। ନିସହାୟ ଭାବରେ ଏକାକୀ ଜୀବନ ବିତାଉଛନ୍ତି ଭଙ୍ଗା କୁଡିଆରେ। ବାର୍ଦ୍ଧକ୍ୟ ଭତ୍ତା ବି ତାଙ୍କୁ ମିଳୁନାହିଁ। ମନ୍ଦାର ବଞ୍ଛୋର, ସାନ ସାହୁ ମଧ୍ୟ ଘର ଖଣ୍ଡେ ପାଇଁ ଚାହିଁ ରହିଛନ୍ତି ସରକାରଙ୍କ ହାତକୁ। ଚାରି ପିଢ଼ି ପରେ ମଧ୍ୟ ଏମାନଙ୍କର ବିପିଏଲ୍ କାର୍ଡ ନାହିଁ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories