www.samajalive.in
Saturday, December 13, 2025
14.1 C
Bhubaneswar

ଦେଓବନ୍ଧରେ ଆଞ୍ଚଳିକ ଚକ୍ଷୁ ପରୀକ୍ଷା ଶିବିର

ପାଟଣା: କେନ୍ଦୁଝର ଉନ୍ନୟନ ଟ୍ରଷ୍ଟ ଓ ଜନଚେତନା ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଦେଓବନ୍ଧ ସ୍ଥିତ ବିବେକାନନ୍ଦ କେନ୍ଦ୍ର ଠାରେ ଏକ ଦିବସୀୟ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଗାନ୍ଧୀ ବିଚାର ସଂଗଠକ ଭକ୍ତ ବତ୍ସଳ ମହାନ୍ତିଙ୍କ ସଂଯୋଜନାରେ ଏହି ଶିବିରକୁ କେନ୍ଦୁଝର ଉନ୍ନୟନ ଟ୍ରଷ୍ଟର ବରିଷ୍ଠ ଟ୍ରଷ୍ଟି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ବିମ୍ବାଧର ବେହେରା ଉଦଘାଟନ କରିଥିଲେ। ପଞ୍ଚାୟତ ବଡ଼ ଦେଉଳି, ସାନ ଦେଉଳି,ଜାମୁପଶି, ଦେଓବନ୍ଧ, ଆଡ଼କଟା, ପଟିଲୋ ଓ ବିନିଦା ଗ୍ରାମ ପଞ୍ଚାୟତର ମସିଣାଯୋଡି, ଫୁଲଝର, ବିନିଦା, ରଙ୍ଗାମାଟିଆ, ଚମ୍ପାପଶି ଗ୍ରାମରୁ ୫୮ ଜଣ ବରିଷ୍ଠ ନାଗରିକ ମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇ ପ୍ରାଥମିକ ସେବା ପ୍ରଦାନ ପୂର୍ବକ ପରାମର୍ଶ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣ ବରିଷ୍ଠ ନାଗରିକଙ୍କର ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଛି। ୧୦ ଜଣ ବରିଷ୍ଠ ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିବା ରୋଗୀଙ୍କୁ ଅସ୍ତ୍ରୋପଚାର ନିମନ୍ତେ ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ପ୍ରେରଣ କରାଯାଇଛି। ରୋଗୀ ମାନଙ୍କର ଯିବା ଆସିବା, ରହିବା, ଖାଇବା, ଔଷଧ, ଚଷମା ଓ ଅସ୍ତ୍ରୋପଚାର ଚକ୍ଷୁ ଚିକିତ୍ସାଳୟ କେନ୍ଦୁଝର ତରଫରୁ ମାଗଣା କରାଯିବ ବୋଲି କର୍ଣ୍ଣାଟ କିଶୋର ଜେନା ଜଣାଇଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories