www.samajalive.in
Sunday, December 7, 2025
13.1 C
Bhubaneswar

ଦିଲ୍ଲୀରେ ଲଗାଣ ବର୍ଷା, ବଢିଲା ଟ୍ରାଫିକ୍ ସମସ୍ୟା

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଶୁକ୍ରବାର ସକାଳେ ପ୍ରବଳ ବର୍ଷା ହୋଇଛି। ଅନେକ ଅଞ୍ଚଳରେ ଲୋକେ ପାଣି ଭିତରେ ଫସି ରହିଛନ୍ତି । ପୁଣେ ଓ ରାୟଗଡ ସମେତ ମହାରାଷ୍ଟ୍ରର ଅନେକ ଭାଗରେ ପ୍ରବଳ ବର୍ଷା ଆଲର୍ଟ ରହିଥିବା ଯୋଗୁଁ ସମସ୍ତ ସ୍କୁଲ କଲେଜ ଛୁଟି କରିଦିଆଯାଇଛି । ଗୁଜୁରାତର ଅନେକ ଜିଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ହିମାଚଳ ପ୍ରଦେଶରେ ୨୮ ଜୁଲାଇ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥାନରେ ବର୍ଷାକୁ ନେଇ ୟୋଲେ ଆଲର୍ଟ ଜାରି କରାଯାଇଛି । ଉତ୍ତରାଖଣ୍ଡ ଦେହରାଦୁନ, ନୈନିତାଲ ଓ ବାଗେଶ୍ବରରେ ମଧ୍ୟ ୟେଲୋ ଆଲର୍ଟ ଜାରି ହୋଇଛି । ଛତିଶଗଡ ଓ ରାଜସ୍ଥାନର ଅନେକ ଜିଲାରେ ପ୍ରବଳ ବର୍ଷା ଯୋଗୁଁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଦିଲ୍ଲୀ-ଏନସିଆରରେ ବର୍ଷା ଗରମରୁ ମୁକ୍ତି ଦେଇଛି । କିନ୍ତୁ ପ୍ରବଳ ମାତ୍ରାରେ ବର୍ଷା ହେବା ପରେ  ଚାରିଆଡେ ପାଣି ଭର୍ତ୍ତି ହୋଇଛି । ଫଳରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି । ପାଣିପାଗ ବିଭାଗ ଅନୁସାରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ବର୍ଷା ସମ୍ଭାବନା ରହିଛି ।

ସମ୍ବଲପୁର ଜିଲାରେ ୧୫ ଶହ ହେକ୍ଟର ଜମିରେ ହେବ ମାଣ୍ଡିଆ ଚାଷ

- Advertisement -

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories