www.samajalive.in
Thursday, December 11, 2025
15.1 C
Bhubaneswar

ନୂଆ ଅବତାରରେ ଆସିଲା ହିରୋର ଏହି ବାଇକ୍, ଜାଣନ୍ତୁ ଦାମ୍ ଓ ଫିଚର୍

ନୂଆଦିଲ୍ଲୀ : ହିରୋ ମୋଟୋକର୍ପ ଭାରତରେ ହିରୋ ଏକ୍ସଟ୍ରିମ୍ ୧୬୦ଆର୍ ୪ଭିର ୨୦୨୪ ଏଡିଶନର ବଜାର ପ୍ରବେଶ କରିଛି। ଏହି ବାଇକ ଏବେ ୧,୩୮,୫୦୦ ଟଙ୍କା(ଏକ୍ସ-ଶୋରୁମ୍) ରେ ମିଳୁଛି ଯାହା ଗତ ପ୍ରିମିୟମ୍ ଭାରିଆଣ୍ଟରୁ ୨ ହଜାର ଟଙ୍କା ଅଧିକ । ଏହି ନୂଆ ମଡେଲରେ କିଛି କସ୍ମେଟିକ୍ ପରିବର୍ତ୍ତନ ସହିତ କିଛି ନୂଆ ଫିଚର ମଧ୍ୟ ଦିଆଯାଇଛି ।

ହିରୋ ଏକ୍ସଟ୍ରିମ୍ ୧୬୦ଆର ୪ଭିର ସମ୍ପୂର୍ଣ୍ଣ ବଡି ପୂର୍ବ ଭଳି ଅଛି କିନ୍ତୁ ଏବେ ଏହା ଏକ ନୂଆ ରଙ୍ଗ ବ୍ରାଉନରେ ଉପଲବ୍ଧ ହେବ । କମ୍ପାନୀ ଏଥିରେ ସୁରକ୍ଷା ଫିଚର ବଢାଇ ଦେଇଛି । ଏଥିରେ ଡୁଆଲ ଚ୍ୟାନେଲ ଏବିଏସ୍ ଏବଂ ଏକ ପାନିକ୍ ବ୍ରେକ୍ ଆଲର୍ଟ ସିଷ୍ଟମ ଯୋଡା ଯାଇଛି । ଏହା ସହିତ ଏଥିରେ ଏକ ନୂଆ ଡ୍ରାଗ ରେସ୍ ଟାଇମର ମଧ୍ୟ ଦିଆଯାଇଛି ଯାହା ରାଇଡରକୁ ନିଜ ଶୂନ୍ୟରୁ ୬୦ କିଲୋମିଟର ଘଣ୍ଟା ପ୍ରତିର ସ୍ପ୍ରିଣ୍ଟର ସମୟ ରେକର୍ଡ କରିପାରିବ ।

- Advertisement -

ବାଇକରେ ୧୬୩.୨ ସିସିର ସିଙ୍ଗଲ ସିଲିଣ୍ଡର, ଏୟାର/ଅଏଲ କୁଲ୍ଡ ଇଞ୍ଜିନ ଦିଆଯାଇଛି । ଏହା ୧୬.୬ ବିଏଚପିର ପାଓ୍ବର ଏବଂ ୧୪.୬ ଏନଏମର ପିକ୍ ଟର୍କ ଉତ୍ପନ କରିଥାଏ । ଇଞ୍ଜିନକୁ ୫ ସ୍ପିଡ୍ ଗିୟରବକ୍ସ ସହିତ ଯୋଡାଯାଇଛି । ଏଥିରେ ୧୭ ଇଞ୍ଚର ଟାୟାର ଦିଆଯାଇଛି । ଏଥିରେ ୟୁଏସଡି ଫୋର୍କ୍ସ ଏବଂ ପ୍ରିଲୋଡ୍ ଆଡଜଷ୍ଟେବଲ ମୋନୋଶକ୍ ସସପେନ୍ସନ ମିଳିଥାଏ । ଉଭୟ ଚକରେ ଡିସ୍କ ବ୍ରେକ୍ ଦେଇଛି କମ୍ପାନୀ ।

ଏହି ପ୍ଲାନରେ ବାଜି ମାରିଲା ବିଏସଏନଏଲ

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories