ବାସୁଦେବପୁର : ଅଢୁଆଁ ପଞ୍ଚାୟତର ଲାଞ୍ଜିପଦା ଗ୍ରାମରେ ସର୍ପାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ବୃନ୍ଦାବନ ମଳିକଙ୍କ ପୁଅ ରଞ୍ଜନ (୨୨) ବୋଲି ଜଣାପଡିଛି। ରାତିରେ ଶୋଇଥିବା ଅବସ୍ଥାରେ ସର୍ପାଘାତ ହୋଇଥିବା ଅନୁମାନ କରି ପରିବାର ଲୋକେ ବାସୁଦେବପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଆସିଥିଲେ। ତେବେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିବା ସହିତ ବ୍ୟବଛେଦ ପାଇଁ ଭଦ୍ରକ ପଠାଇଥିବା ସୂଚନା ମିଳିଛି।
Popular Categories



